fbpx

୬୫ କିମି ବେଗରେ ପବନ ବହିବା ସହ ଭୟଙ୍କର ରୂପ ଧାରଣ କରୁଛି ଘୂର୍ଣ୍ଣିଝଡ଼ ‘ପୀଟର’, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଆଟଲାଣ୍ଟିକ ମହାସାଗର ଉପରେ ଘୂର୍ଣ୍ଣିଝଡ଼ ‘ପୀଟର’ ତାଣ୍ଡବ ରଚିବା ଆରମ୍ଭ କରିଦେଇଛି । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୬୫ କିମି ବେଗରେ ପବନ ବହିବା ଆରମ୍ଭ ହୋଇଗଲାଣି । ଏହା ଉତ୍ତର ଲିବାର୍ଡ ଦ୍ୱୀପପୁଞ୍ଜର ପ୍ରାୟ ୧୦୧୫ କିମି ପୂର୍ବରେ ରହିଛି । ତେବେ ଆଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆମେରିକାର ପାଣିପାଗ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି ।

ଆଟଲାଣ୍ଟିକ ମହାସାଗରରେ ସୃଷ୍ଟି ହୋଇଥିବା ଏହି ଟ୍ରପିକାଲ ଷ୍ଟୋର୍ମ ଆସନ୍ତାକାଲି ସୁଦ୍ଧା ବର୍ଜିନ ଦ୍ୱୀପ ଓ ପ୍ୟୁଟୋ ରିକୋ ସହ ଅନ୍ୟ ଦ୍ୱୀପମାନଙ୍କରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଏହି ବର୍ଷା ୫ ସେଣ୍ଟିମିଟର ପର୍ଯ୍ୟନ୍ତ ହେବ । ‘ପୀଟର’ ଘଣ୍ଟା ପ୍ରତି ୨୪ କିମି ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଉପକୂଳବାସୀଙ୍କ ପାଇଁ କୌଣସି ଚେତାବନୀ ଜାରି କରାଯାଇନାହିଁ । ଚଳିତ ବର୍ଷ ଆଟଲାଣ୍ଟିକ ମହାସାଗରରେ ୧୪ଟି ତୁଫାନ ଆସିଥିବା ବେଳେ ‘ପୀଟର’ ହେଉଛି ୧୫ତମ ତୁଫାନ । ଚଳିତ ମାସରେ ‘ଇଡା’ ଘୂର୍ଣ୍ଣିଝଡ଼ ଆମେରିକାରେ ତାଣ୍ଡବ ରଚିଥିଲା । ସେ ସମୟରେ ରାଷ୍ଟ୍ରପତି ଜୋ ବାଇଡେନ ‘ଇଡା’ର ପ୍ରଭାବରେ କିଛି ପୂର୍ବୋତ୍ତର ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ଉପରେ ନଜର ରଖିଥିଲେ ।

Get real time updates directly on you device, subscribe now.