fbpx
BSKY SKY
BSKY SKY

ଚମତ୍କାର ! ମରିବାର ୪୫ ମିନିଟ୍ ପରେ ପୁଣି ଜୀବିତ ହେଲେ ମହିଳା, ଭଗବାନଙ୍କୁ ଦେଲେ ଧନ୍ୟବାଦ

BSKY

ୱାଶିଂଟନ୍: ମୃତ୍ୟୁ ପରେ ପୁନଃ ଜୀବିତ ହେବା ଘଟଣା କୌଣସି ବଡ଼ ଚମତ୍କାରଠାରୁ କମ୍ ନୁହେଁ । ଏପରି ଏକ ମାମଲା ଆମେରିକାର ମ୍ୟାରୀଲ୍ୟାଣ୍ଡରୁ ସାମ୍ନାକୁ ଆସିଛି । ସେଠାରେ ଜଣେ ମହିଳା ମରିବାର ୪୫ ମିନିଟ ପରେ ପୁଣିଥରେ ଜୀବିତ ହୋଇଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରିପୋର୍ଟ ଅନୁସାରେ, ମରିବା ପରେ ପୁନଃ ଜୀବିତ ହୋଇଥିବା ମହିଳାଙ୍କ ନାଁ ହେଉଛି କ୍ୟାଥି ପୈଟନ । ସେ ଗୋଲ୍ଫ ଖେଳୁଥିବା ବେଳେ ଝିଅର ଲେବର ପେନ୍ ଆରମ୍ଭ ହୋଇଥିବା ନେଇ ଫୋନ୍ ଆସିଥିଲା । ଏହା ପରେ ତୁରନ୍ତ କ୍ୟାଥି ଘରେ ପହଞ୍ଚିଥିଲେ ଓ ଝିଅକୁ ନେଇ ମେଡିକାଲ ଯାଇଥିଲେ । ମେଡିକାଲରେ ପହଞ୍ଚିବା ପରେ କ୍ୟାଥିଙ୍କୁ ହଠାତ୍ ହାର୍ଟ ଆଟାକ୍ ଆସିଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ୪୫ ମିନିଟ ପରେ ପୁଣି ସେ ଜୀବିତ ହୋଇଥିଲେ । ଏହା ପରେ ତାଙ୍କ ଝିଅ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ।

ତେବେ ହାର୍ଟ ଆଟାକ୍ ଆସିବା ପରେ ଡାକ୍ତରମାନେ କ୍ୟାଥିଙ୍କର ଚେକଅପ୍ କରିଥିଲେ । ତାଙ୍କ ପଲ୍ସ ଚାଲୁନଥିଲା ଓ ମୁଣ୍ଡରେ ଅକ୍ସିଜେନ୍ ବି ମିଳୁନଥିଲା । ଡାକ୍ତରମାନେ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ସିପିଆର ଦେଇଥିଲେ । ନୂଆ ଜୀବନ ପାଇବା ପରେ କ୍ୟାଥି ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବଞ୍ଚିବାକୁ ଆଉ ଏକ ସୁଯୋଗ ଦେଇଥିବାରୁ ସେ ଭଗବାନଙ୍କୁ ଖୁବ୍ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ କ୍ୟାଥିଙ୍କ ଝିଅ କହିଛନ୍ତି ଯେ, ‘ମୋ ମାଙ୍କୁ ମୋ ଝିଅର ମୁହଁ ଦେଖିବାର ଥିଲା । ବୋଧହୁଏ ସେଥିପାଇଁ ତାଙ୍କୁ ନୂଆ ଜୀବନ ମିଳିଗଲା । ମୁଁ ଏଥିରେ ବହୁତ ଖୁସି ।’

Get real time updates directly on you device, subscribe now.