କାହିଁକି ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଏ?କଣ ରହିଛି ଏହାର ବିଶେଷତ୍ୱ, ଜାଣନ୍ତୁ..
ନବରାତ୍ରୀରେ ଦ୍ଵିତୀୟ ଦିନରେ ଜାଣନ୍ତୁ ମା’ ବ୍ରହ୍ମଚାରିଣୀଙ୍କ କଥା...
ଓଡ଼ିଶା ଭାସ୍କର: ମା’ ବ୍ରହ୍ମଚାରିଣୀ କିଏ? ମାତା ଦୁର୍ଗାଙ୍କର ଏହି ରୂପକୁ କାହିଁକି ପୂଜା କରାଯାଏ? କଣ ରହିଛି ଏହା ପଛରେ ମାହାତ୍ମ୍ୟା ଆସନ୍ତୁ ଜାଣିବା…
ନବରାତ୍ରୀର ପବିତ୍ର ମହୋତ୍ସବ ଆରମ୍ଭ ହୋଇସାରିଛିା ଆଉ ଏହି ଅବସରରେ ପୀଠରେ ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଉଛିା ୯ ଦିନ ଧରି ମା’ ୯ଟି ଭିନ୍ନ ଭିନ୍ନ ରୂପରେ ପୂଜା ପାଆନ୍ତିା
ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀ ଓ ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ଆରାଧନା କରାଯାଏା ମା’ ଙ୍କର ଏହି ରୂପ ପଛରେ ଏକ ବିଶେଷ କଥା ରହିଛି ।
ପୌରାଣିକ କଥା: ପୂରାଣ ଅନୁସାରେ ରାଜା ହିମାଳୟ ଓ ରାଣୀ ମୈନାଙ୍କ ପୁତ୍ରୀ ଭାବେ ଜନ୍ମ ଗ୍ରହଣ କରିଥିଲେ ମା’ ବ୍ରହ୍ମଚାରିଣୀା ନାରଦଙ୍କ ଠାରୁ ସେ ଦେବ ଦେବ ମହାଦେବଙ୍କ ବିଷୟରେ ଜାଣିଥିଲୋ
ମହାଦେବଙ୍କ ବିଷୟରେ ଶୁଣିବା ପରେ ସେ ମନେ ମନେ ତାଙ୍କୁ ନିଜର ପତି ଭାବେ ସ୍ଵୀକାର କରିନେଇଥିଲେ ଓ ଶିବଙ୍କୁ ପାଇବା ପାଇଁ ଦେବୀ ଜଙ୍ଗଲରେ କଠୋର ତପସ୍ୟା କରିଥିଲୋ ଅନେକ ଦିନ ଯାଏଁ କେବଳ ଫଳମୂଳ ଓ ଶୁଖିଲା ବେଲପତ୍ର ଖାଇ ଜଣେ ତପସ୍ୱୀ ଭାବେ ଜୀବନ ଯାପନ କରୁଥିଲୋ
କଠୋର ତପସ୍ୟା ଫଳରେ ତାଙ୍କ ଶରୀର ଦୁର୍ବଳ ହୋଇଯାଇଥିଲେ ମଧ୍ୟ ସେ ହାର ମାନି ନଥିଲୋ ମୁନିଋଷି ମାନେ ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ତାଙ୍କୁ ମା’ବ୍ରହ୍ମଚାରିଣୀ ବୋଲି ସମ୍ବୋଧନ କରୁଥିଲେ ଓ ତାଙ୍କ ଇଚ୍ଛା ପୂରଣ ପାଇଁ ଆଶୀର୍ବାଦ କରିଥିଲୋ
ସୂଚନଯୋଗ୍ୟ ଯେ ନବରାତ୍ରୀର ୯ ଦିନ ଯାଏଁ ଦେବୀ ଦୁର୍ଗାଙ୍କ ୯ଟି ରୂପକୁ ପୂଜା କରାଯାଏା ଏହାସହ ପ୍ରତିଦିନ ଦେବୀଙ୍କୁ ୯ଟି ଭିନ୍ନ ରଙ୍ଗର ଶାଢୀ ଓ ୯ ପ୍ରକାର ଖାଦ୍ୟ ଭୋଗରେ ଲାଗି ହୋଇଥାଏ ।
ମା’ଙ୍କ ଠାରୁ କ’ଣ ଶିକ୍ଷା ମିଳେ: ମା’ ବ୍ରହ୍ମଚାରିଣୀ ଜଣେ ରାଜକୁମାରୀ ଥିଲେ ଏହା ପରେ ମଧ୍ୟ ସେ କେବେ କଷ୍ଟକୁ ଡରି ନିଜ ଲକ୍ଷ୍ୟରୁ ପଛଘୁଞ୍ଚା ଦେଇନାହାନ୍ତିା
ସେହିପରି ଜୀବନରେ ଯେତେ କଠିନ ପରିସ୍ଥିତି ଆସିଲେ ମଧ୍ୟ ଧୈର୍ଯ୍ୟ ଧରି ମନକୁ ଶାନ୍ତ ରଖି କାମ କରିବା ଉଚିତ୍ । ତେବେ ଯାଇଁ ଉଦ୍ଦେଶରେ ସଫଳତା ମିଳିବା