fbpx

ଜାତି ଓ ଜାତୀୟତା ଆଧାରରେ ଆଡମିଶନ ପ୍ରକ୍ରିୟା ଉପରେ ପ୍ରତିବନ୍ଧ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ, କେଉଁ ଦେଶରେ ଏହା ହୋଇଛି ଆସନ୍ତୁ ଜାଣିବା

ୱାଶିଂଟନ୍: ଆମେରିକା ସୁପ୍ରିମକୋର୍ଟ ଗୁରୁବାର ଆଫ୍ରିକୀୟ ଆମେରିକୀୟ ଓ ଅନ୍ୟ ଅଳ୍ପସଂଖ୍ୟକଙ୍କ ଲାଗି ଦେଶର ବିଶ୍ୱବିଦ୍ୟାଳୟରେ ରିଜର୍ଭେସନ (ଆରକ୍ଷଣ)ଆଧାରରେ ଦାଖଲ ପ୍ରକ୍ରିୟାକୁ ବନ୍ଦ କରି ଦେଇଛନ୍ତି । ଏକ ଦଶକ ପୂର୍ବର ପ୍ରଥାରେ ପରିବର୍ତ୍ତନ ଆଣି ଆମେରିକାର ସର୍ବୋଚ୍ଚ ଅଦାଲତ ଏହି ନିଷ୍ପତ୍ତି ନେଇଛନ୍ତି । ଜାତି ଓ ଜାତୀୟତା ଆଧାରରେ ଆଡମିଶନ ପ୍ରକ୍ରିୟା ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ତେବେ ସୁପ୍ରିମକୋର୍ଟ ଏହି ନିର୍ଣ୍ଣୟ ରୋ ବନାମ ବେଡ୍ ମାମଲା ଉପରେ ଶୁଣାଇଛନ୍ତି ।

ଅଦାଲତ ନିଜ ରାୟରେ କହିଛନ୍ତି ଜାତି ଓ ଜାତୀୟତା ଆଧାରରେ କଲେଜରେ ଏଣିକି ପ୍ରବେଶ ଅନୁମତି ଦିଆଯାଇପାରିବ ନାହିଁ । ଏହାଦ୍ୱାରା ଉଚ୍ଚଶିକ୍ଷା ଅନୁଷ୍ଠାନରେ ପ୍ରତିଭାବାନ୍ ଛାତ୍ର ଛାତ୍ରୀମାନେ ପାଠ ପଢିବାରୁ ବଞ୍ଚିତ ହେଉଥିଲେ ।
ମୁଖ୍ୟ ନ୍ୟାୟଧୀଶ ଜନ୍ ରବର୍ଟସ୍ କହିଛନ୍ତି ବହୁ ଦୀର୍ଘ ସମୟ ଧରି ବିଶ୍ୱବିଦ୍ୟାଳୟ ଗୁଡିକରେ ତ୍ୱଚାର ରଙ୍ଗ ଆଧାରରେ ନାମାଙ୍କନ କରାଯାଉଥିଲା ।

କିନ୍ତୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ଅସହମତି ପ୍ରକାଶ କରିଛନ୍ତି । ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି , ଆମେରିକାରେ ଏବେ ବି ଭେଦ ବିଭେଦ ଜାରି ରହିଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏହାକୁ ପରିବର୍ତ୍ତନ କରିପାରିବ ନାହିଁ । କିନ୍ତୁ ଯଦି ଜଣେ ଛାତ୍ର ତାର ଶିକ୍ଷା କ୍ଷେତ୍ରରେ ଭେଦ ବିଭେଦର ସାମ୍ନା କରିବ ତେବେ କଲେଜ ଏହାକୁ ଗୁରୁତ୍ୱର ସହ ବିଚାର କରିବା ଉଚିତ ।

 

Get real time updates directly on you device, subscribe now.