fbpx

ଅଜବ ପ୍ରେମ: ମୃତ ସ୍ୱାମୀଙ୍କ ପାଉଁଶ ଖାଉଛନ୍ତି ପତ୍ନୀ, କହିଲେ- ନିଜକୁ ଅଟକାଇପାରୁନି…

Advertisement

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ଅମର । ସାଥୀ, ଦୁନିଆ ଛାଡ଼ି ଚାଲିଗଲା ପରେ ବି ପ୍ରେମ ଠିକ୍ ସେହିପରି ଜୀବିତ ହୋଇ ରହିଥାଏ । ଏହାର ଏକ ଶକ୍ତ ଉଦାହରଣ ଦେଖିବାକୁ ମିଳିଛି । ଜଣେ ମହିଳା ନିଜ ସ୍ୱାମଙ୍କୁ ଏତେ ଭଲ ପାଉଛନ୍ତି ଯେ, ତାଙ୍କ ମୃତ୍ୟୁପରେ କରାଯାଇଥିବା ଶବଦାହର ପାଉଁଶକୁ ସେ ସେବନ କରୁଛନ୍ତି । ଖାଲି ସେତିକି ନୁହେଁ ସେ ଯେଉଁ ଆଡ଼େ ବି ଯାଆନ୍ତି, ପାଉଁଶକୁ ସାଙ୍ଗରେ ନେଇ ଯାଇଥାନ୍ତି । ତେବେ ଏହି କଥାକୁ ସେ ନିଜେ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ସେ ନିଜକୁ ପାଉଁଶ ଖାଇବାରୁ ଅଟକାଇବା ପାରୁନାହାନ୍ତି ।

ସୂଚନା ମୁତାବକ, ଆମେରିକାରେ ରହୁଥିବା ଜଣେ ୨୬ ବର୍ଷୀୟ ମହିଳାଙ୍କ ସ୍ୱାମୀ ଆସ୍ଥମା କାରଣରୁ ପ୍ରାଣ ହରାଇଥିଲେ । ୨୦୦୯ ମସିହାରେ ସେମାନେ ବିବାହ କରିଥିବା ବେଳେ ଖୁସିରେ ସେମାନେ ନିଜର ବୈବାହିକ ଜୀବନ ଅତିବାହିତ କରୁଥିଲେ । ସ୍ୱାମୀଙ୍କୁ ହରାଇବା ପରେ ମହିଳା ଜଣକ ଖୁବ୍ ଭାଙ୍ଗି ପଡ଼ିଥିଲେ । ତାଙ୍କ ନାମ ହେଉଛି କ୍ୟାସି । ସେ ଯେଉଁଆଡେ ବି ଯାଆନ୍ତି ନିଜ ସହିତ ପାଉଁଶ କୁ ନେଇଯାଆନ୍ତି ।

କ୍ୟାସି କୁହନ୍ତି ଯେ, ପାଉଁଶକୁ ମୁଁ ମୋ ସହିତ ସବୁ ସ୍ଥାନକୁ ନେଇକି ଯାଏ । ଯେପରିକି ଗ୍ରୋସରୀ ପାଇଁ ଯିବା ସମୟରେ, ସପିଂ ବେଳେ, କେଉଁ ଠିକୁ ଖାଇବା ପାଇଁ ଯିବା ସମୟରେ, ଫିଲ୍ମ ଦେଖିବାକୁ ଯିବା ସମୟରେ ଏସବୁ ସ୍ଥାନକୁ ପାଉଁଶ ନେଇଥାନ୍ତି । ତେବେ ଏସବୁ କରି ମଧ୍ୟ କ୍ୟାସି ଏକଦମ୍ ସାଧାରଣ ବ୍ୟବହାର କରନ୍ତି । ଲୋକମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କାରଣ ସେ କେବଳ ପାଉଁଶକୁ ସାଙ୍ଗରେ ନେଇଯାଆନ୍ତି ନାହିଁ ବରଂ ବେଳେ ଖାଆନ୍ତି ମଧ୍ୟ ।

କ୍ୟାସି ସ୍ୱୀକାର କରିଛନ୍ତି ଯେ, ସେ ପାଉଁଶକୁ କେଉଁ ଆଡେ ଝାଡି ଦେଇପାରିବେ ନାହିଁ । ତେଣୁ ସେସବୁକୁ ଖାଇଦିଅନ୍ତି । ଦୁଇମାସ ହେବ ସେ ଏପରି ସ୍ୱାମୀଙ୍କ ଦେହାବଶେଷ ପାଉଁଶକୁ ଖାଇ ଆସୁଛନ୍ତି । ତେବେ ମଣିଷଙ୍କ ପାଉଁଶକୁ ସାଧାରଣ ଖାଦ୍ୟ ଭାବରେ ଖାଇ ହେବ ନାହିଁ । ତେଣୁ କ୍ୟାସି ଆଙ୍ଗୁଠିରେ ଅଳ୍ପ ଅଳ୍ପ ପରିମାଣରେ ନେଇ ଚାଟି ଚାଟି ଖାଇଥାନ୍ତି । ତେବେ ସେ ମାନିଛନ୍ତି ଯେ, ପ୍ରଥମେ ପ୍ରଥମେ ପାଉଁଶର ସ୍ୱାଦ ପଚା ଅଣ୍ଡା ପରି ବାସ୍ନା ହେଉଥିଲା । କିନ୍ତୁ ଧୀରେ ଧୀରେ ଖାଇବା ଅଭ୍ୟାସ କରିସାରିଥିବାରୁ ଏବେ ତାହା ତାଙ୍କୁ ଭଲ ଲାଗିବା ଆରମ୍ଭ ହୋଇଛି ।

Get real time updates directly on you device, subscribe now.