fbpx

ଷ୍ଟ୍ରୋକ୍‌ ଯୋଗୁଁ ବର୍ଷକୁ ଯାଉଛି ଦେଢ କୋଟି ଜୀବନ, ଜାଣନ୍ତୁ କିପରି ବର୍ତ୍ତିବେ

Advertisement

ସ୍ୱାସ୍ଥ୍ୟ ପାଇଁ ଷ୍ଟ୍ରୋକ ଏକ ଗମ୍ଭୀର ସମସ୍ୟା ଅଟେ। ଯେ କୌଣସି ସ୍ଥାନରେ ଯେ କେହି ବି ଏହାର ଶୀକାର ହୋଇ ପାରନ୍ତି। ବିକଳାଙ୍ଗ ହେବାର ଅନ୍ୟତମ ମୁଖ୍ୟ ଲକ୍ଷଣ ହେଉଛି ଷ୍ଟ୍ରୋକ୍‌। ଷ୍ଟ୍ରୋକ୍‌ରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ଜୀବନ ଯାଉଛି। ଯାହା ଜଣା ପଡିଛି, ଆମେ ଠିକ୍‌ ସମୟରେ ଚିକିତ୍ସା ନ କରିବାର ଦ୍ୱାରା ଏହା ଏପରି ଭୟଙ୍କର ପ୍ରତିଶୋଧ ନେଉଛି ମଣିଷଠାରୁ। ଅନ୍ୟପକ୍ଷେ ଠିକ୍‌ ସମୟରେ ଠିକ ଠିକ୍‌ ଚିକିତ୍ସା କଲେ ଏହି ରୋଗରୁ ଜଣେ ମୁକ୍ତି ପାଇ ପାରିବ।

ଏକ ସର୍ଭେରୁ ଜଣାଯାଇଛି ପ୍ରତି ବର୍ଷ ପ୍ରାୟ ପୃଥିବୀର ଦେଢ କୋଟି ଲୋକ ଷ୍ଟ୍ରୋକ୍‌ର ଶିକାର ହୁଅନ୍ତି। ଏଥିମଧ୍ୟରୁ ୫୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥାଏ। ୮ କୋଟି ଲୋକ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି ।

କାହିଁକି ହୁଏ ଏହି ଷ୍ଟ୍ରୋକ୍‌

ଚିକିତ୍ସକଙ୍କ କହିବା ଅନୁଯାୟୀ, ମସ୍ତିଷ୍କର କୋଷିକାକୁ ରକ୍ତ ସଞ୍ଚାଳନ ନ ହେଲେ ଏପରି ପରିସ୍ଥିତି ସୃଷ୍ଟି ହୁଏ। ମସ୍ତଷ୍କର ଏହି କୋଷମାନଙ୍କୁ ଆବଶ୍ୟକ ପରିମାଣର ଅମ୍ଳଜାନ ଏବଂ ପୋଷଣ ନ ମିଳେ ତେବେ ମଣିଷ ଷ୍ଟ୍ରୋକର ଶିକାର ହୋଇଥାଏ।

ଲକ୍ଷଣ କ‘ଣ ?
ସାଧାରଣତଃ ଆମେ ଷ୍ଟ୍ରୋକର ଲକ୍ଷଣ ଜାଣି ନ ଥାଉ। ସେଥିପାଇଁ ଷ୍ଟ୍ରୋକର ଅନେକ ସମୟ ପର୍ଯ୍ୟନ୍ତ ଜାଣି ପାରି ନ ଥାଉ। ଆଉ ଅବସ୍ଥା ଯତେବେଳେ ଗମ୍ଭୀର ହୁଏ ଆମ ରୋଗୀକୁ ଡାକ୍ତରଖାନା ନେଉ ହେଲେ ସେତେବେଳକୁ ସ୍ଥିତି ବିଗିଡ଼ି ଯାଇଥାଏ। ତେଣୁ ଷ୍ଟ୍ରୋକର ଲକ୍ଷଣ ବିଷୟରେ ଜାଣିଥିଲେ ଆମେ ଠିକ୍‌ ସମୟରେ ଏହାର ଚିକିତ୍ସା କରିପାରିବା। ତେବ କ’ଣ ଏହାର ଲକ୍ଷଣ ?
ଷ୍ଟ୍ରୋକ ହେଲେ ସାଧାରଣତଃ ମୁହଁ ବଙ୍କା ହୋଇଯାଏ। ତେଣୁଏପରି ହେଉଥିବା ଦେଖିଲେ ତୁରନ୍ତ ରୋଗୀକୁ ଡାକ୍ତରଙ୍କ ପାଖକୁ ନେଇଯିବ।
କେମିତି ବଞ୍ଚିବେ ଷ୍ଟ୍ରୋକ୍‌ରୁ
୧- ଷ୍ଟ୍ରୋକ୍‌ରୁ ବଞ୍ଚିବାକୁ ହେଲେ ପ୍ରଥମତଃ ଆପଣଙ୍କର ବ୍ଲକ ପ୍ରସର ଠିକ୍‌ ରଖିବାକୁ ପଡ଼ିବ। ନିୟମିତ ଭାବେ ବ୍ଲଡ ପ୍ରେସର ମାପନ୍ତୁ।
୨-ଧୁମପାନ ଏବଂ ନିଶା ସେବନଠାରୁ ଦୂରେଇ ରୁହନ୍ତୁ
୩-କୋଲୋଷ୍ଟ୍ରୋଲ୍‌ ଯୁକ୍ତ ଖାଦ୍ୟ ନ ଖାଇବାକୁ ଚେଷ୍ଟା କରନ୍ତୁ।
୪-ନିୟମିତ ଭାବ ଚାଲନ୍ତୁ
୫-ବେଶି ମାତ୍ରାରେ ଫଳ ଏବଂ ସବୁଜ ପନିପରିବା ଖାଆନ୍ତୁ।

Get real time updates directly on you device, subscribe now.