ସକାଳୁ ସକାଳୁ କୋଲକାତାକୁ ଶକ୍ତ ଝଟକା ଦେଲା ଭୂମିକମ୍ପ, ଭୟଭୀତ ହୋଇ ଘରୁ ବାହାରିଗଲେ ଲୋକେ
କୋଲକାତା ସମେତ ପଶ୍ଚିମ ବଙ୍ଗର କିଛି ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି
କୋଲକାତା: ଆଜି ସକାଳୁ ଭୁବନେଶ୍ୱରରେ ମୃଦ୍ୟୁ ଭୂମିକମ୍ପ ଅନୁଭବ କରାଯାଇଥିବା ବେଳେ କଲିକାତାରେ ଏହି ଭୂମିକମ୍ପର ମାତ୍ରା ଅଧିକ ରହିଛି। ମଙ୍ଗଳବାର ସକାଳୁ କୋଲକାତାରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହାକୁ ରିକ୍ଟର ସ୍କେଲରେ ମପାଯାଇଛି।
ସକାଳୁ ସକାଳୁ ଆସିଥିବା ଏହି ଭୂମିକମ୍ପରେ ଲୋକଙ୍କୁ କିଛି ସମୟ ପାଇଁ ଦୋହଲାଇ ଦେଇଛି। ଲୋକେ ଭୟଭୀତ ହୋଇ ଘରୁ ବାହାରିଯାଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ।
ଭୁବନେଶ୍ୱର ସମେତ ବାଲେଶ୍ୱର ଏବଂ ପାରାଦ୍ୱୀପରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ବଙ୍ଗିପସାଗରରେ ଏହାର କେନ୍ଦ୍ରସ୍ଥଳ ରହିଥିବା ସୂଚନା ରହିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ କରାଯାଇଛି। ଏହି ଭୂମିକମ୍ପ ଝଟକା ବାଂଲାଦେଶରେ ମଧ୍ୟ ଅନୁଭୂତ ହୋଇଛି।