ଭୁବନେଶ୍ୱର: ଏଣିକି ଯୁକ୍ତ ୨ ପରେ ପଢ଼ିହେବ ବିଏଡ୍ ପାଠ୍ୟକ୍ରମ । ଏ ନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର ଏମଓୟୁ । ୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରେ ୮ଟି ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି ।
ଏସବୁ ଶିକ୍ଷାନୁଷ୍ଠାନରେ ୪ ବର୍ଷର ନୂଆ ଆଇଟିଇପି କୋର୍ସ ପଢ଼ାଯିବ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷ କୋର୍ସ ରହିବ ।
ବର୍ତ୍ତମାନ ସମୟରେ ବିଏଡ୍ ପାଠ୍ୟକ୍ରମ ପାଇଁ +୩ରେ ୫୦% ମାର୍କ ରଖିବା ବାଧ୍ୟତାମୂଳକ ଥିବାବେଳେ ବିଟେକ୍ ଓ ବିଇ ଗ୍ରାଜୁଏଟଙ୍କ ପାଇଁ ୫୫% ନମ୍ବର ରଖିବା ଆବଶ୍ୟକ ଥିଲା ।
ଅନ୍ୟପକ୍ଷେ ନମ୍ବରକୁ ନେଇ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଏବଂ ଅନୁସୂଚିତ ଜାତି ଜନଜାତିଙ୍କ ପାଇଁ ବିଏଡ୍ ପାଠ୍ୟକ୍ରମ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି ।
ଡିଗ୍ରୀଧାରୀ ଛାତ୍ରଛାତ୍ରୀମାନେ ହିଁ ବିଏଡ୍ ପଢ଼ା ପାଇଁ ଆବେଦନ କରିପାରୁଥିଲେ । କିନ୍ତୁ ଖୁବ ଶୀଘ୍ର ଏ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ।