ପ୍ରେମିକର ଜିଦି ମାନି ବ୍ଲାକମେଲର ଶିକାର ହେଲେ ଛାତ୍ରୀ, ଆଉ…

ନୂଆଦିଲ୍ଲୀ: ବନ୍ଧୁତ୍ୱରୁ ପ୍ରେମ, ପ୍ରେମରୁ ଶାରୀରିକ ସମ୍ପର୍କ, ତା ପରେ ଯାହା ସବୁ ଘଟୁଛି ସମାଜକୁ ଅବସାଦଗ୍ରସ୍ତ କରିଦେଉଛି । ଦିନକୁ ଦିନ ଏମିତି ଘଟଣା ବ୍ୟାଧି ପରି ବ୍ୟାପିବାରେ ଲାଗିଛି । ଠିକ ଯେମିତି ଘଟିଛି ଉତ୍ତର ପ୍ରଦେଶର ଧାମପୁର ଅଞ୍ଚଳରେ । ତେବେ ପରିବାରର ସାହସ ପାଇଁ ଏକ ବଡ ଅପରାଧ ହେଉ ହେଉ ରହିଯାଇଛି ।
ଧାମପୁରର ଏକ ଇଣ୍ଟର କଲେଜର ଛାତ୍ର ହର୍ଷଦୀପ ତାଙ୍କ କଲେଜର ଜଣେ ଛାତ୍ରୀଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିଥିଲେ । ଧୀରେ ଧୀରେ ଏହି ବନ୍ଧୁତ୍ୱ ପ୍ରେମରେ ପରିଣତ ହୋଇ କେତେବେଳେ ଶାରୀରିକ ସମ୍ପର୍କ ଆଡକୁ ବାଟ କଢେଇନେଲା ଛାତ୍ରୀଙ୍କୁ ଜଣାନଥିଲା । ପ୍ରେମିକଙ୍କ ବାରମ୍ବାର ଅନୁରୋଧ ପରେ ଛାତ୍ରୀ ନିଜ ପ୍ରେମିକଙ୍କ କଥାରେ ରାଜି ହୋଇଯାଇଥିଲେ । ଯାହାର ଫାଇଦା ଉଠାଇଥିଲା ପ୍ରେମିକ । ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଲିଳ ଭିଡିଓ ଓ ଫଟୋ ଉତ୍ତୋଳନ କରିଥିଲା ଛାତ୍ରୀଙ୍କ ଅଗୋଚରରେ ।
ପରେ ଏହି ଭିଡିଓ ଓ ଫଟୋ ଦେଖାଇ ଛାତ୍ରୀଙ୍କୁ ବ୍ଲାକମେଲ କରିବା ସହ ବାରମ୍ବାର ସମ୍ପର୍କ ସ୍ଥାପନ କରିଚାଲିଥିଲା । ଯେତେବେଳେ ଛାତ୍ରୀଙ୍କଠାରୁ ମନ ଭରିଗଲା ହର୍ଷଦୀପ ସେସବୁକୁ ନେଇ ଟଙ୍କା ମାଗିବା ଆରମ୍ଭ କଲା । ଥରେ ଦୁଇଥରେ ଟଙ୍କା ଦେବା ପରେ ଯେତେବେଳେ ହର୍ଷଦୀପର ଟଙ୍କାର ଦାବି ବଢିଲା, ଛାତ୍ରୀ ସାହସ ଜୁଟାଇ ଏକଥା ପରିବାରରେ କହିଥିଲା । ପରିବାର ଲୋକ ଏକଥା ଶୁଣିବା ପରେ ସେମାନଙ୍କ ମୁଣ୍ଡ ଘୁରାଇଦେଇଥିଲା ।
ସେମାନେ ହର୍ଷଦୀପକୁ ବୁଝାସୁଝା କରି ଫଟୋ ଓ ଭିଡିଓ ଡିଲିଟ କରିବାକୁ ଅନୁରୋଧ କଲେ । କିନ୍ତୁ ହର୍ଷଦୀପ ଓଲଟା ସେସବୁ ସୋସିଆଲ ମିଡିଆରେ ଅପଲୋଡ କରିବାକୁ ଧମକ ଦେଇ ଟଙ୍କା ମାଗିଲା । ହର୍ଷଦୀପର ଏପରି ବ୍ୟବହାରରେ ପରିବାର ଭୟଭୀତ ହୋଇଗଲେ । ତେବେ ଟଙ୍କା ଦେବା ବଦଳରେ ସେମାନେ ଧାମପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତାର ମୋବାଇଲ ଜବତ କରି ତାକୁ ଜେଲ ପଠାଇ ଦେଇଛି ।