ବେଇମାନ ସାଙ୍ଗ! ମାତ୍ର ୧୦୦ ଟଙ୍କା ଦେଇ ନିଜ ସାଙ୍ଗକୁ ବଳାତ୍କାର କରାଇବାକୁ ଚାହୁଁଥିଲା, ଆଉ ତା’ ପରେ…

ଚରମ ସୀମାରେ ଛାତ୍ରଙ୍କ ପ୍ରତିଶୋଧ । ଛାତ୍ରୀଙ୍କୁ ରେପ୍ ଏବଂ ହତ୍ୟା କରିବାକୁ କଲା ଷଡ଼ଯନ୍ତ୍ର ।

ପୁଣେ: ମହାରାଷ୍ଟ୍ର ପୁଣେରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯାହା ଆପଣମାନଙ୍କୁ ଚିନ୍ତାରେ ପକାଇଦେବ ନିଶ୍ଚୟ । ଜଣେ ସ୍କୁଲ  ଛାତ୍ର କ୍ଲାସର ଜଣେ ଛାତ୍ରୀଙ୍କୁ ରେପ୍ ଓ ହତ୍ୟା କରିବା ପାଇଁ ଦେଇଛନ୍ତି ସୁପାରୀ ।

ଖବର ପଡ଼ିଲାବେଳକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ । ପୁଣେରେ ଥିବା ସେଣ୍ଟ ସେବାଷ୍ଟିୟନ୍ ଇଂଲିଶ ମିଡିୟମ ସ୍କୁଲରେ ଘଟିଛି ଏ ପ୍ରକାର ଘଟଣା । ପୋଗ୍ରେସ୍ ରିପୋର୍ଟରେ ଛାତ୍ର ଜଣକ ଅଭିଭାବକଙ୍କ ଜାଲ ଦସ୍ତଖତ କରିବା ନେଇ କ୍ଲାସର ଜଣେ ଛାତ୍ରୀ ଟିଚରଙ୍କୁ କହିଦେଲେ ।

୧୦୦ ଟଙ୍କିଆ ସୁପାରୀ: ଏ କଥାରେ ରାଗିଯାଇ ଛାତ୍ରଜଣକ ଅନ୍ୟ ଜଣେ ଛାତ୍ରଙ୍କୁ ୧୦୦ ଟଙ୍କା ଦେଲେ ଉକ୍ତ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା କରିବା ପାଇଁ । ହେଲେ ଘଟଣା ସମ୍ପର୍କରେ ସ୍କୁଲ ଶିକ୍ଷକ ଜାଣିଯାଇଥିଲେ । ସ୍କୁଲ ନାଁ ତଳେ ପଡ଼ିଯିବ ଭାବି କର୍ତ୍ତୃପକ୍ଷ ଘଟଣାକୁ ଚାପି ଦେବାକୁ ଉଦ୍ୟମ କଲେ । କିନ୍ତୁ ସତ କେବେ ଲୁଚେନାହିଁ ।

ଘଟଣା ସମ୍ପର୍କରେ ପୋଲିସ ଜାଣିପାରି ସ୍କୁଲ ଯାଇ ଘଟଣା ସମ୍ପର୍କରେ ପଚାରି ବୁଝିଛି । ଏ ନେଇ ପୋଲିସର ସ୍ୱତନ୍ତ୍ର ଟିମ୍ ତଦନ୍ତ ଚଳାଇଛି ।

ସ୍କୁଲ ଛୁଟି ପାଇଁ ହତ୍ୟା: ଏମିତି କିଛି ଘଟଣା ଗତମାସରେ ଉତ୍ତର ପ୍ରଦେଶର ହାଥରସରେ ଦେଖିବାକୁ ମିଳିଥିଲା । ସ୍କୁଲ ଛୁଟି ହେଲେ ଘରକୁ ଯିବା କଥା ଭାବି ଜଣେ ୧୩ ବର୍ଷର ବାଳକ ୯ ବର୍ଷର ଝିଅକୁ ହତ୍ୟା କରି ସ୍କୁଲରୁ ଛୁଟି କରିବାକୁ ଚାହୁଁଥିଲେ । ଯାହା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଥିଲା ।