fbpx

ବୋଲେରୋ ଧକ୍କାରେ ରାସ୍ତାରେ ଉଡିକି ପଡିଲେ କୋଚିଂ ସେଣ୍ଟର ଯାଉଥିବା ଛାତ୍ରୀ , କ୍ୟାମେରାରେ କଏଦ ହୋଇଛି ଛାତିଥରା ଦୁର୍ଘଟଣାର ଦୃଶ୍ୟ

ପାଟନା: ଗୋଟିଏ କି ଦୁଇଟି ନୁହେଁ, କ୍ରମାଗତ ଭାବରେ ୭ ଜଣ ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଇଛି ଗୋଟିଏ ବୋଲେରୋ । ଛାତ୍ରୀମାନେ କୋଚିଂ ସେଣ୍ଟର ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଦ୍ରୁତ ଗତିରେ ଆସି ବୋଲେରୋଟି ସେମାନଙ୍କୁ ପଛ ପଟରୁ ଧକ୍କା ଦେଇ ଖସି ପଳାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ସ୍ଥାନୀୟ ଲୋକଙ୍କ କବଳରୁ ଖସି ପାରିନଥିଲା । ସେଠାରେ ଥିବା ଲୋକମାନେ ବୋଲେରୋଟିକୁ ଧରି ନେଇଥିଲେ । ପରେ ପୋଲିସକୁ ହସ୍ତାନ୍ତରୂ କରିଥିଲେ । ପୋଲିସ ବୋଲେରୋ ଚାଳକଙ୍କୁ ଗିରଫ କରିଛି ।

ଅନ୍ୟ ପଟେ ବୋଲେରୋଟି ଧକ୍କା ଦେଇଥିବା ଛାତ୍ରୀମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାତ୍ରୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ସେମାନଙ୍କୁ ଅନ୍ୟତ୍ର ସ୍ଥାନନ୍ତରଣ କରାଯାଇଛି । ସମସ୍ତ ଛାତ୍ରୀ ଦଶମ ଶ୍ରେଣୀରେ ପଢୁଛନ୍ତି । ସେମାନଙ୍କ ବୟସ ୧୫ ବର୍ଷ ବୋଲି ଜଣାପଡିଛି ।

ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି । ଯେଉଁଥିରେ ଦେଖାଯାଉଛି ଯେ ସାଇକେଲ ଚଳାଉଥିବା କିଛି ଛାତ୍ରୀମାନଙ୍କୁ ଏକ ବୋଲେରୋ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଯାହା ଫଳରେ ସେମାନେ ରାସ୍ତାରେ ଛିଟିକି ପଡିଥିଲେ । ଧକ୍କ୍ା ଖାଇ ପଡିଲା ପରେ ମଧ୍ୟ ଛାତ୍ରୀଜଣଙ୍କ ଅତି କଷ୍ଟରେ ଉଠି ଆସି ରାସ୍ତାରେ ପଡିଥିବା ନିଜ ବ୍ୟାଗକୁ ଉଠାଉଛନ୍ତି । ରାସ୍ତାରେ ତାଙ୍କ ଖାତା ବହି ସବୁ ବିଚ୍ଛାଡି ହୋଇ ପଡିଛି । ନିଜ ବ୍ୟାଗ ଓ ଖାତାକୁ ସାଉଁଟୁଛି । ଡ୍ରାଇଭର ପ୍ରଥମେ ଏକ ପାନ ଦୋକାନକୁ ଧକ୍କା ଦେଇ ପରେ ଛାତ୍ରୀମାନଙ୍କୁ ଧକ୍କା ଦେଇଥିଲା ବୋଲି ଜଣାପଡିଛି ।

Get real time updates directly on you device, subscribe now.