fbpx

ବାତ୍ୟା ଯୋଗୁ ମୌସୁମୀରେ ବିଳମ୍ବ : ୧୫ ପରେ ଓଡ଼ିଶା ଛୁଇଁବ

ଭୁବନେଶ୍ୱର: ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ମୌସୁମୀ ବିଳମ୍ବରେ ଆସିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ଆସନ୍ତା ୧୫ ତାରିଖ ପରେ ମୌସୁମୀ ବାୟୂ ଓଡ଼ିଶା ଉପକୂଳ ଛୁଇଁବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

କେରଳ ଅଭିମୁଖେ ବଢୁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟ ଲଘୁଚାପ ଯୋଗୁଁ ବିଳମ୍ବ ହେଉଛି । ଏହାର ପ୍ରଭାବରେ ଆସନ୍ତା ୮ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରଚଣ୍ଡ ତାତିର ସମ୍ଭାବନା ରହିଛି । ଏପରିକି ୪୦ରୁ ୪୫ ଡିଗ୍ରୀ ପାରଦ ଛୁଇଁପାରେ ବୋଲି କୁହାଯାଇଛି । ସେପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାର ରୂପ ନେଇଛି ।

ଏହା ଏବେ ପୂର୍ବ ମଧ୍ୟ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର ମଧ୍ୟରେ ଗୋଆ ଉପକୂଳ ଠାର ୯୨୦ କି.ମି ଦୂରରେ ସକ୍ରିୟ ରହିଛି । ୮ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବ । ୧୦ ତାରିଖ ଅପରାହ୍ନ ସୁଦ୍ଧା ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫ କି.ମି ରହିବ । ୨୪ ଘଣ୍ଟା ପରେ ବାତ୍ୟା ସମୁଦ୍ର ଭିତରେ ଦୁର୍ବଳ ହୋଇଯିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ-କୋଙ୍କଣ କ୍ଷେତ୍ରରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Get real time updates directly on you device, subscribe now.