fbpx

ମାଟ୍ରିକ ମୂଲ୍ୟାଙ୍କନରେ ବଡ ବିଭ୍ରାଟ: ୬୦୦ରୁ ୫୬୨ ମାର୍କ ରଖିବା ପରେ ବି ଫେଲ ହୋଇଗଲେ ଛାତ୍ରୀ

ନୂଆଦିଲ୍ଲୀ: ମାଟ୍ରିକ ଖାତା ଦେଖାରେ ଏକ ବିରାଟ ତ୍ରୁଟି ଦେଖିବାକୁ ମିଳିଛି । ଜଣେ ଛାତ୍ରୀ ପରୀକ୍ଷାରେ ୯୪% ମାର୍କ ରକିବକା ପରେ ମଧ୍ୟ ଫେଲ ହୋଇଛନ୍ତି । ଯାହାକୁ ନେଇ ୟୁପି ବୋର୍ଡକୁ ବର୍ତ୍ତମାନ ଦାୟୀ କରାଯାଉଛି । ବୋର୍ଡ ଅଧିକାରୀଙ୍କ ଖାମଖିଆଲି ଗୁଣ ଯୋଗୁଁ ଏପରି ହୋଇଥିବା ଅଭିଯୋଗ ହୋଇଛି । ମାଟ୍ରିକ ଉତ୍ତରଖାତାର ଏଭଳି ମୂଲ୍ୟାଙ୍କନରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମଧ୍ୟ ଅନ୍ଧକାର ହୋଇପାରେ ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ୟୁପି ମାଟ୍ରିକ ପରୀକ୍ଷାରେ ଭାବନା ବର୍ମା ନାମକ ଜଣେ ଛାତ୍ରୀ ୯୪ ପ୍ରତିଶତ ମାର୍କ ହାସଲ କରିଛନ୍ତି । ଏହାପରେ ମଧ୍ୟ ସେ ଫେଲ ହୋଇଯାଇଥିବା ତାଙ୍କ ମାର୍କସିଟରେ ଦେଖିବାକୁ ମିଳିଛି । ବୋର୍ହ ଦ୍ୱାରା ଜାରି ହୋଇଥିବା ରେଜଲ୍ଟରେ ଛାତ୍ରୀଙ୍କୁ ୪୦୨ ମାର୍କ ଦିଆଯାଇଛି । ତେବେ ୫ଟି ବିଷୟର ପ୍ରାକ୍ଟିକାଲରେ ୩ ନମ୍ବର ହିସାବରେ ୧୮ ମାର୍କ ପ୍ରଦାନ କରାଯାଇଛି । ଏ ନେଇ ସ୍କୁଲ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଛାତ୍ରୀ ଭାବନା ଖୁବ ଭଲ ପାଠ ପଢନ୍ତି ଏବଂ ପ୍ରାକ୍ଟିକାଲର ସମସ୍ତ ବିଷୟରେ ୩୦ ମାର୍କ ଲେଖାଏଁ ପାଇଥିଲେ । କିନ୍ତୁ ବୋର୍ଡର ଭୁଲ ଯୋଗୁଁ ପ୍ରତ୍ୟେକ ବିଷୟରେ ଏହି ମାର୍କ ୩ ହୋଇଛି ।

ସ୍କୁଲ ପ୍ରଶାସନ କହିଛି ଯେ, ସମସ୍ତ ବିଷୟରେ ଭାବନାଙ୍କୁ ମିଳିଥିବା ୩୦ ଲେଖାଏଁ ମାର୍କକୁ ମିଶାଇ ଦିଆଗଲେ ତାଙ୍କର ଟୋଟାଲ ମାର୍କ ୫୬୨ ହୋଇଯିବ । ଅର୍ଥାତ୍ ଭାବନାଙ୍କ ରେଜଲ୍ଟ ୯୪% ରେଜଲ୍ଟ ହେଉଥିବା ବେଳେ ମାର୍କସିଟରେ ଫେଲ ଦେଖାଉଛି । ଏହି ରେଜଲ୍ଟକୁ ନେଇ ଭାବନା ମାନସିକ ଦୁଶ୍ଚିନ୍ତାରେ ପଡି ଯାଇଛନ୍ତି । ତେଣୁ ଏହାର ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ଭାବନା ଏବଂ ପରିବାର ।

Get real time updates directly on you device, subscribe now.