କଲେଜ ପରିସରରେ ଦୁଷ୍କର୍ମ ଅଭିଯୋଗ, ଛାତ୍ର ସଂଗଠନ ଅଶାନ୍ତ, ୬୦୦ରୁ ଅଧିକ ଗିରଫ

ଇସଲାମାବାଦ: ଜଳୁଛି ପଞ୍ଜାବ । ଦୁଷ୍କର୍ମ ଘଟଣାକୁ ନେଇ ଅଶାନ୍ତ ପାକିସ୍ତାନର ପଞ୍ଜାବ । ସ୍ଥିତି ଅସମ୍ଭାଳ ହେବା ପରେ ରାଜ୍ୟର ପ୍ରଧାନ ମରିୟମ ନବାଜ ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି . ୬୦୦ରୁ ଅଧିକ ଛାତ୍ରଙ୍କୁ ଗିରଫ କରାଯାଇଛି । ସେପଟେ ଘଟଣାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଦଳ ପ୍ରଦର୍ଶନ ପାଇଁ ଦେଇଛି ଆହ୍ୱାନ ।

ପାକିସ୍ତାନର ଏକ କଲେଜ ପରିସରରେ ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ହେବା ପରେ ଛାତ୍ରସଂଗଠନ ତାତିଛି । ରାସ୍ତାରେ ପ୍ରଦର୍ଶନ କରାଯାଇଛି । ପ୍ରଦର୍ଶନ କାଳରେ ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଇଥିବା କଠୋର ଆଭିମୁଖ୍ୟ ସ୍ଥିତିକୁ ଭଡକେଇଛି । ଏପରି ସମୟରେ ଇମରାନଙ୍କ ଦଳ । ଶୁକ୍ରବାର ନମାଜ ପରେ ନ୍ୟାୟପାଳିକାର ସ୍ୱତନ୍ତ୍ରତା ପାଇଁ ଦଳ ଆହ୍ୱାନ ଦେବାରୁ ପ୍ରଶାସନ ଆଗୁଆ ସତର୍କ ହୋଇଛି । ଶୁକ୍ରବାରଠାରୁ ପ୍ରାନ୍ତର ସବୁ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ରବିବାର ଯାଏଁ ବନ୍ଦ କରିିଦିଆଯାଇଛି ।

ଶୁକ୍ରବାର ହୋଇଥିବା ପ୍ରଦର୍ଶନ କାଳରେ ପୋଲିସ ୬୦୦ ଛାତ୍ରଙ୍କୁ ଗିରଫ କରିଛି । ଏହାକୁ ନେଇ ଅଭିଭାବକଙ୍କ ଅଭିଯୋଗ ପୋଲିସ ପ୍ରଶାସନ ପିଲାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଛି । ଅନେକ ଛାତ୍ର ଗୁରୁତର ହୋଇଛନ୍ତି । ଛାତ୍ରଙ୍କ ସହ ପୋଲିସ ଅପରାଧୀଙ୍କ ପରି ନିର୍ମମ ଅତ୍ୟାଚାର କରୁଥିବା ଅଭିଯୋଗ କରୁଛନ୍ତି ଅଭିଭାବକ । ତିନି ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି ।
ସେପଟେ ମାରିୟମ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କୌଣସି ଦୁଷ୍କର୍ମ ହୋଇ ନାହିଁ । ମିଛ ଖବର ପ୍ରଚାର କରି ରାଜ୍ୟକୁ ଅଶାନ୍ତ କରିବାକୁ ଚେଷ୍ଟା ହେଉଛି । ତେଣୁ ମାମଲାର ତଦନ୍ତ ଫେଡେରାଲ ଏଜେନ୍ସି ଦ୍ୱାରା କରାଯାଉଛି । ମିଛ ପ୍ରଚାର କରିବା ଅଭିଯୋଗରେ କିଛି ସାମ୍ବାଦିକ, ଓକିଲଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଛାପାମାରି ଚାଲିଛି ।

 

Get real time updates directly on you device, subscribe now.