fbpx

‘ମୈନେ ତୁଝେ ଦେଖା, ହସତେ ହୁଏ ଗାଲ ପେ’: ଫିଜିକ୍ସ ପରୀକ୍ଷା ଖାତାରେ ଝୁମିଲା ଅଲୀ ଜାଫରଙ୍କ ଗୀତ, ଛାତ୍ରଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ

ନୂଆଦିଲ୍ଲୀ: ଆଜିକାଲିର ଦୁନିଆରେ ଅନେକ ସମୟରେ କିଛି ଅଜବ ଧରଣର ଘଟଣା ଘଟିଥାଏ । ବେଳେବେଳେ ଛାତ୍ରଛାତ୍ରୀମାନେ ପରୀକ୍ଷା ଖାତାରେ ଏଣୁତେଣୁ କିଛି ଲେଖିଦେଇଥାନ୍ତି । ଫଳରେ ସୋସିଆଲ ମିଡ଼ିଆରେ ଏହି ପରୀକ୍ଷା ପେପର ଅନେକ ସମୟରେ ଭାଇରାଲ ହୋଇଥାଏ । ତେବେ ଏହା ମଧ୍ୟରେ ଜଣେ ଛାତ୍ର ପରୀକ୍ଷା ଖାତାରେ ଜଣେ ସିଙ୍ଗରଙ୍କର ଗୀତକୁ ଲେଖିଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ପାକିସ୍ତାନରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ଛାତ୍ର ଫିଜିକ୍ସ ପରୀକ୍ଷା ପେପରରେ ଉତ୍ତର କ’ଣ ଲେଖିବେ ସେ ପାକିସ୍ତାନୀ ଗାୟକ ଅଲୀ ଜାଫରଙ୍କର ‘ଝୁମ’ ଗୀତ ଲେଖି ଦେଇଥିଲେ । ଏହି ଛାତ୍ରଙ୍କର ପରୀକ୍ଷା ପେପର ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଛାତ୍ର ଜଣଙ୍କ ପରୀକ୍ଷା ଉତ୍ତର ଖାତାରେ ଯାହା ସବୁ ଲେଖିଥିଲେ ଶିକ୍ଷକ ତାହାକୁ ବର୍ଣ୍ଣନା କରିଥିଲେ । ଅନେକ ସମୟରେ ପରୀକ୍ଷାରେ ଉତ୍ତର ନ ଆସିଲେ କିଛି ପିଲା ଖାତାକୁ ଖାଲି ଛାଡ଼ି ଦେଇଥାନ୍ତି । ମାତ୍ର ଏହି ଛାତ୍ର ଜଣଙ୍କ ପେପର ଖାଲି କାହିଁକି ଛାଡ଼ିବେ ସେ ଅଲୀ ଜାଫରଙ୍କ ଗୀତକୁ ଲେଖିଦେଇଥିଲେ ।

ଛାତ୍ର ଜଣଙ୍କ ଲେଖିଥିଲେ ‘ବଡ଼ା ଖତରନାକ ପେପର ଦିଆ ହେ ଭାଇଲୋଗ, କସମ ସେ ଦିଲ ଦୁଖତା ହେ ।’ ଏଥିସହିତ ଗୀତ ‘ମୈନେ ତୁଝେ ଦେଖା, ହସତେ ହୁଏ ଗାଲ ପେ’ ମଧ୍ୟ ଲେଖାଯାଇଛି । ତେବେ ଖାତା ଦେଖୁଥିବା ଶିକ୍ଷକ କହିଛନ୍ତି, ଛାତ୍ର ଜଣଙ୍କ ଶିକ୍ଷକଙ୍କୁ କ’ଣ ବୋକା ଭାବିଛନ୍ତି, ଖାତା ନଦେଖି ଖାଲି ନମ୍ବର ଦେଇଦେବେ । ଏହି ଭିଡିଓକୁ ଦେଖିଲେ ଯେ କେହି ବି ନ ହସି ରହି ପାରିବ ନାହିଁ ।

ଅନ୍ୟ ପକ୍ଷରେ ଏହି ଘଟଣା ଭାଇରାଲ ହେବା ପରେ ଗାୟକ ଜାଫର ଏହାକୁ ପୁନର୍ବାର ପୋଷ୍ଟ କରିବା ସହିତ ଉର୍ଦୁ ଭାଷାରେ ଏକ କ୍ୟାପସନ ଲେଖିଛନ୍ତି । ‘ଏହି ଭାଇରାଲ ଭିଡିଓଟି ହ୍ୱାଟସଆପରେ ପୋଷ୍ଟ ହୋଇଥିଲା । ମୋର ମୋର ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରୁଛି ମୋର ଗୀତରେ ଫିଜିକ୍ସକୁ ଦେଖନ୍ତୁ ନାହିଁ । ମୋର ଗୀତ ସହିତ ଚାରିଆଡ଼େ ଫିଜିକ୍ସ ରହିଛି । ଶିକ୍ଷା ଓ ଶିକ୍ଷକଙ୍କୁ ଧନ୍ୟବାଦ ଦେବା ଜରୁରୀ ।’ ଏହି ଭିଡିଓକୁ ବର୍ତ୍ତମାନ ୬୮ ହଜାର ଭିୟୁଜ ମିଳିସାରିଥିବା ବେଳେ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.