fbpx

ବିଦ୍ୟୁତ୍ କାଟ୍ କୁ ବିରୋଧ କରି ଛାତ୍ର କଂଗ୍ରେସର ଶକ୍ତି ମନ୍ତ୍ରୀଙ୍କ ବାସଭବନ ଘେରାଉ

Advertisement

ଭୁବନେଶ୍ୱର:ରାଜ୍ୟରେ ଏବେ ଅସହ୍ୟ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଛି । କିନ୍ତୁ ଏହି ସମୟରେ ବାରମ୍ବାର ବିଦ୍ୟୁତ କାଟ୍ ହେଉଥିବାରୁ ଲୋକମାନେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି । ଏହାର ବିରୋଧ କରି ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଶକ୍ତି ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି । ଟାଟା ପାୱାରର ମନମୁଖୀ କାର୍ଯ୍ୟକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି କହିଛି ଛାତ୍ର କଂଗ୍ରେସ ।
ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ପ୍ରଚଣ୍ଡ ଗୁଳିଗୁଳିରେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି । ଏହାର ପ୍ରତିବାଦରେ ଛାତ୍ର କଂଗ୍ରେସର ସଦସ୍ୟମାନେ ହାତରେ ବିଞ୍ଚଣା ଓ ଲଣ୍ଠନ ଧରି ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଘରକୁ ଘେରାଉ କରିଛନ୍ତି । ଏହି ସମୟରେ ଶକ୍ତି ମନ୍ତ୍ରୀଙ୍କ ଘରକୁ ଆନ୍ଦୋଳନକାରୀମାନେ ଟମାଟୋ ମାଡ କରିଛନ୍ତି । ଟାଟା ପାୱାରର ମନମୁଖୀ କାର୍ଯ୍ୟ ଆଉ ଚଳିବ ନାହିଁ ବୋଲି ସ୍ଲୋଗାନ ଦେବା ସହିତ ଶକ୍ତି ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛନ୍ତି ।

 

Get real time updates directly on you device, subscribe now.