fbpx

IIT ଯୋଧପୁରରେ ହିନ୍ଦୀରେ B.Tech ଅଧ୍ୟୟନ କରିପାରିବେ ଛାତ୍ରଛାତ୍ରୀ, ଏହି ତାରିଖରୁ ଆରମ୍ଭ ହେବ କ୍ଲାସ୍

ଜୟପୁର: ଇଂଜିନିୟରିଂ ପାଠ୍ୟକ୍ରମ ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ସେମାନେ ହିନ୍ଦୀରେ B.Tech ଅଧ୍ୟୟନ କରିପାରିବେ । ଏଭଳି ଏକ ନୂତନ ପଦକ୍ଷେପ ନେଇ ଆସିଛି IIT ଯୋଧପୁର । ଇଂଜିନିୟରିଂ ପାଠ୍ୟକ୍ରମ କଠିନ ଥାଏ । ଅଧିକାଂଶ ଛାତ୍ରଛାତ୍ରୀ ଇଂରାଜୀରେ ବିଷୟ ବୁଝିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଛାତ୍ରଛାତ୍ରୀଙ୍କୁ JEE ଆଡଭାନ୍ସ ୨୦୨୪ ସ୍କୋର ଆଧାରରେ IIT ଯୋଧପୁରରୁ ହିନ୍ଦୀରେ B.Tech ଆଡମିଶନ୍ ପାଇଁ ସୁଯୋଗ ମିଳିବ । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ଚଳିତ ଶିକ୍ଷା ବର୍ଷ ୨୦୨୪-୨୫ରୁ କ୍ଲାସ୍ ଆରମ୍ଭ ହେବ । IIT ଯୋଧପୁରରେ ନୂତନ session ଆରମ୍ଭ ହେବା ପୂର୍ବରୁ ଭାଷା ପ୍ରାଥମିକତା ଆଧାରରେ ଦୁଇଟି ବିଭାଗ ସୃଷ୍ଟି ହେବ । ଶିକ୍ଷା ମନ୍ତ୍ରଣାଳୟ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛି, ‘ଚଳିତ ଶିକ୍ଷା ବର୍ଷରୁ IIT ଯୋଧପୁରରେ B.Tech ପ୍ରଥମ ବର୍ଷ ପାଠ୍ୟକ୍ରମ ଇଂରାଜୀ ଏବଂ ହିନ୍ଦୀରେ ପ୍ରଦାନ କରିବା ନେଇ ଶିକ୍ଷା ମନ୍ତ୍ରଣାଳୟ ଖୁସି ଅନୁଭବ କରୁଛି ! ଛାତ୍ରଛାତ୍ରୀ ସହଜ ଅନୁଭବ କରୁଥିବା ଭାଷାରେ ପ୍ରଭାବଶାଳୀ ଢ଼ଙ୍ଗରେ ଶିଖି ପାରିବେ ଏହା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ଡିଜାଇନ୍ କରାଯାଇଛି । ନିରନ୍ତରତା ଏବଂ ଗୁଣବତ୍ତା ବଜାୟ ରଖିବା ସହ ଦୁଇଟି ବିଭାଗରେ ଜଣେ ପ୍ରଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ କରାଯିବ । IIT ଯୋଧପୁରରେ ଅଧିକ inclusive and supportive ଶିକ୍ଷାଗତ ପରିବେଶ ପ୍ରତିପାଦିତ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।’

Get real time updates directly on you device, subscribe now.