fbpx

ସ୍କୁଲରେ ଛାତ୍ରଛାତ୍ରୀମାନେ ପଢିବେ ଭାଗବତ ଗୀତା: ବିଧାନସଭାରେ ପାରିତ ହେଲା ବିଲ୍

ଭୁବନେଶ୍ୱର: ଏଣିକି ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମରେ ସାମିଲ ହେବ ଭାଗବତ ଗୀତା । ଆସନ୍ତା ଜୁନ ମାସରୁ ପିଲାମାନଙ୍କୁ ଭଗବତ ଗୀତାଜ୍ଞାନ ଦିଆଯିବ । ସରକାରୀ ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀର ପିଲାମାନଙ୍କୁ ଗୀତାପାଠ କରାଇବା ପାଇଁ ଏକ ବିଲ ଗୁଜରାଟ ବିଧାନସଭାରେ ପାରିତ ହୋଇଯାଇଛି । ବିରୋଧୀ ପାର୍ଟି ଆମ୍ ଆଦମୀ ପାର୍ଟି ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ କଂଗ୍ରେସୁ ଏହାକୁ ବିଜେପିର ଚକ୍ରାନ୍ତ ବୋଲି ଦର୍ଶାଇଛି । ନିର୍ବାଚନ ପୂର୍ବରୁ ଲୋକଙ୍କ ବିଶ୍ୱାସକୁ ଅସ୍ତ୍ର କରିବା ପାଇଁ ବିଜେପି ଚେଷ୍ୟା କରୁଥିବା କହିଛି କଂଗ୍ରେସ ।

୨୦୨୨ ମସିହା ମାର୍ଚ୍ଚରେ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଜିତୁ ବାଘାନୀ ବିଧାନସଭାରେ ଏ ନେଇ ଘୋଷଣା କରିଥିଲେ । ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଭାଗବତ ଗୀତା ଏବଂ ଏହାର ଶ୍ଳୋକଗୁଡ଼ିକ ବିଷୟରେ ଜାଣିବା ଆବଶ୍ୟକ ବୋଲି ବିଧାନସଭାରେ କହିଥିଲେ ଶିକ୍ଷାମନ୍ତ୍ରୀ ବାଘାନୀ । ଏହାପରେ ମାର୍ଚ୍ଚ ୧୭ ତାରିଖରେ ଏଥିପାଇଁ ସରକାରୀ ପ୍ରସ୍ତାବ ଜାରି କରାଯାଇଥିଲା । ଏଥିରେ କୁହାଯାଇଛି ଯେ, ୨୦୨୨-୨୩ ଶିକ୍ଷାବର୍ଷରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଗୀତାର ମୂଲ୍ୟ ଏବଂ ସିଦ୍ଦାନ୍ତ ବିଷୟରେ ଅବଗତ କରାଇବା ଉଚିତ୍ । ତେଣୁ ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମରେ ଏହାକୁ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।

ତେବେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କୁ ଏହି ଜ୍ଞାନ କାହାଣୀ ଏବଂ ପଠନ ଆକାରରେ ପ୍ରଦାନ କରାଯିବ । ଏହାପରେ ନବମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନେ ସେମାନଙ୍କର ପ୍ରଥମ ଭାଷା ପାଠ୍ୟପୁସ୍ତକ ମାଧ୍ୟମରେ ଭଗବତ୍ ଗୀତା ଶିକ୍ଷାଲାଭ କରିପାରିବେ । ଭଗବଦ୍ ଗୀତାର ବିଶ୍ୱସ୍ତରୀୟ ମହତ୍ତ୍ୱକୁ ମନେପକାଇ ମନ୍ତ୍ରୀ ପାନଶେରିଆ ପୂର୍ବେ ସାଧୁ ତଥା ପାଶ୍ଚାତ୍ୟ ଚିନ୍ତକମାନଙ୍କ ଉପରେ ଏହାର ପ୍ରଭାବ କିପରି ଥିଲା ଓ ଏହାର ଅନନ୍ତକାଳୀନ ପ୍ରାସଙ୍ଗିକତାକୁ ଦର୍ଶାଇଥିଲେ।

Get real time updates directly on you device, subscribe now.