JNU ରେ ସ୍କଲରାସିପକୁ ନେଇ ହଙ୍ଗାମା, ଛାତ୍ରକୁ ପିଟିଲେ ସୁରକ୍ଷାକର୍ମୀ….

ଦିଲ୍ଲୀ ଜବାହାର ଲାଲ ନେହରୁ ବିଶ୍ୱବିଦ୍ୟାଳୟ(JNU)ରେ ଛାତ୍ରଙ୍କ ସହ ମାରପିଟ୍ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ସ୍କଲାରସିପ ମାଗିବାକୁ ଯାଇଥିବା ଛାତ୍ରଙ୍କ ସହ ବିଶ୍ୱବିଦ୍ୟାଳୟ ଷ୍ଟାଫ୍ ଏବଂ ଗାର୍ଡ ମାରପିଟ୍ କରିଛନ୍ତି । ଏହି ଘଟଣାରେ ଜେଏନୟୁରେ ଏବିଭିପିର ସଭାବତି ରୋହିତ କୁମାରଙ୍କ ସହ ୬ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।

ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ୨ ବର୍ଷରୁ ସେମାନଙ୍କ ସ୍କଲାରସିପ୍ ବନ୍ଦ ରହିଛି, ଯାହାକୁ ରିଲିଜ୍ କରିବା ପାଇଁ ଦାବିକୁ ନେଇ ଜେଏନୟୁ ପ୍ରଶାସିନକ କାର୍ଯ୍ୟାଳୟକୁ ଯାଇଥିଲେ, କିନ୍ତୁୁ ସେଠାରେ ଷ୍ଟାଫ୍ ଏବଂ ଗାର୍ଡ ତାଙ୍କୁ ଅଟକାଇଥିଲେ ଏବଂ ମାରପିଟ୍ ଆରମ୍ଭ କରିଦେଇଥିଲେ । ଯେଉଁଥିରେ ୧୫ ରୁ ଅଧିକ ଛାତ୍ର ଆହତ ହୋଇଥିଲେ ।

ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଛାତ୍ର ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହାତାହାତି ନଜର ଆସିଛି । ଏହି ସମୟରେ କିଛି ଛାତ୍ରଛାତ୍ରୀ ଟେବୁଲ ଉପରେ ପଡ଼ିଯାଉଛନ୍ତି । ସୁରକ୍ଷାକର୍ମୀ ପିଲାଙ୍କୁ ପିଟୁଛନ୍ତି ଏବଂ ସେମାନଙ୍କୁ ବାହାରକୁ ଧକ୍କା ମାରୁଛନ୍ତି ।