fbpx
BSKY
BJD MS SKY
BJD YOUTH SKY

(Video) ବ୍ୟାଗ ନ ନେଇ ସ୍କୁଲ ଯିବେ ଛାତ୍ରଛାତ୍ରୀ: ପିଲାଙ୍କ ପାଠପଢା ଉପରେ ସରକାର ଆଣୁଛନ୍ତି ନୂଆ ନିୟମ

ବେଙ୍ଗଲୁରୁ: ସ୍କୁଲ ଏବଂ ପିଲାମାନଭ୍କ ପାଠପଢାକୁ ନେଇ ଆସିଛି ଏକ ନୂଆ ନିୟମ । ପିଲାମାନଙ୍କ ସ୍କୁଲ୍ ବ୍ୟାଗ୍ ଉପରେ ଏହି ନୂଆ ନିୟମ ଲାଗୁ କରାଯାଇଛି । ନିକଟରେ ସରକାରଙ୍କ ପକ୍ଷରୁ ପିଲାମାନଙ୍କ ସ୍କୁଲ ବ୍ୟାଗ୍ ଓଜନକୁ ନେଇ କିଛି ପଦକ୍ଷେପ ନିଆଯାଇଥିଲା । ଯାହା ଆଜି ପର୍ଯ୍ୟନ୍ତ ଲାଗୁ ହୋଇନଥିବା ବେଳେ ଅନ୍ୟ ରାଜ୍ୟର ସରକାର ଏ ନେଇ ଏକ ନିୟମ ଲାଗୁ କରିଛନ୍ତି ।

ନିର୍ଦ୍ଦିଷ୍ଟ ଶ୍ରେଣୀ ଓ ବୟସର ପିଲାମାନଙ୍କ ପାଇଁ ସ୍କୁଲ ବ୍ୟାଗ୍ର ଓଜନ କେତେ ରହିବ, ସେ ନେଇ ନୂଆ ନିୟମ ଆଣିଛନ୍ତି କର୍ଣ୍ଣାଟକ ସରକାର । ସରକାରଙ୍କ ପକ୍ଷରୁ ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ବିଜ୍ଞପ୍ତି ଅନୁଯାୟୀ, ପିଲାମାନେ ସ୍କୁଲକୁ ନେଉଥିବା ବ୍ୟାଗର ଓଜନ ସେମାନଙ୍କ ଓଜନର ୧୫ ପ୍ରତିଶତରୁ ଅଧିକ ହେବା ଉଚିତ୍ ନୁହେଁ । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାମାନେ ସେମାନଙ୍କ ସ୍କୁଲ ବ୍ୟାଗର ଓଜନ ଦେଢ଼ କେଜିରୁ ୨ କେଜି ଭିତରେ ରହିବା ଆବଶ୍ୟକ ।

ସେହିପରି ତୃତୀୟରୁ ପଞ୍ଚମ ଶ୍ରେଣୀର ପିଲାମାନଙ୍କ ସ୍କୁଲ ବ୍ୟାଗର ଓଜନ ୨ରୁ ୩ କେଜି ଭିତରେ ରହିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ୩ରୁ ୪ କେ.ଜି ମଧ୍ୟରେ ସ୍କୁଲ ବ୍ୟାଗ ନେଇପାରିବେ । ଶେଷରେ ନବମ ଓ ଦଶମ ପିଲାଙ୍କ ପାଇଁ ମଧ୍ୟ ସରକାର ଏହି ନିୟମ ଅନୁସାରେ ୪ରୁ-୫କିଲୋର ବ୍ୟାଗ୍ ସ୍କୁଲକୁ ଆଣିପାରିବେ ବୋଲି କୁହାଯାଇଛି । ଖାଲି ଏତିକି ନୁହେଁ, ଏହି ନିର୍ଦ୍ଦେଶାବଳୀରେ ଆହୁରି କୁହାଯାଇଛି ଯେ, ସପ୍ତାହରେ ଗୋଟିଏ ଦିନ ‘ସ୍କୁଲରେ ନୋ ବ୍ୟାଗ୍ ଡେ’ ପାଳନ କରାଯିବ । ବିଶେଷ କରି ଶନିବାର ଦିନ ଏହି ଦିବସ ସ୍କୁଲରେ ପାଳନ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.