ସତର୍କ ରୁହନ୍ତୁ ବାପା-ମା’… ବିପଦରେ ଶିଶୁଙ୍କ ମସ୍ତିସ୍କ, କୁନିପିଲା ଶୋଉଥିବା ଗଦିରେ ରହିଛି ବିଷାକ୍ତ କେମିକାଲ୍
ରିସର୍ଚ୍ଚର ବଡ଼ ଖୁଲାସା । ପିଲାଙ୍କ ଗଦିକୁ ନେଇ ହୁଅନ୍ତୁ ଯତ୍ନଶୀଳ ।
ଓଡ଼ିଶା ଭାସ୍କର: ଛୋଟ ପିଲାଙ୍କ ପାଇଁ ଖାଦ୍ୟ ଯେତିକି ଜରୁରୀ ଶୋଇବା ମଧ୍ୟ ସେତିକି ଆବଶ୍ୟକ । କିନ୍ତୁ ଅଭିଭାବକମାନେ ଅଚିନ୍ତାରେ ପିଲାଙ୍କୁ ଶୁଆଉଥିବା ଗଦିରେ ବିଷାକ୍ତ କେମିକାଲ ଥିବା ଷ୍ଟଡିରୁ ଜଣାପଡ଼ିଛି ।
ପିଲାଙ୍କ ଗଦିକୁ ନେଇ କରାଯାଇଥିବା ୨ଟି ଅଧ୍ୟୟନ ମୁତାବକ, ଗଦିରେ ଥିବା ବିଷାକ୍ତ କେମିକାଲ ଶିଶୁଙ୍କ ମସ୍ତିଷ୍କକୁ ପ୍ରଭାବିତ କରିବା ସହ ହରମୋନାଲ ଡିସଅଡର କରୁଥିବା ଜଣାପଡ଼ିଛି ।
୬ ମାସର ଶିଶୁ ଓ ୪ ବର୍ଷର ପିଲା ଶୋଉଥିବା ଗଦିକୁ ନେଇ ବୈଜ୍ଞାନିକ ପରୀକ୍ଷା କରିଛନ୍ତି । ଯେଉଁଥିରୁ ବିଷାକ୍ତ ପଦାର୍ଥ ମିଳିଛି । ଶିଶୁଙ୍କ ବ୍ୟତୀତ ପିଲାମାନେ ଶୋଉଥିବା ଶେଯରେ ଅଧିକ ପରିମାଣର ବିଷାକ୍ତ ରସାୟନିକ ପଦାର୍ଥ ମିଳିଥିବା କହିଛନ୍ତି ୟୁନିଭର୍ସିଟି ଅଫ୍ ଟୋରୋଣ୍ଟର ଆର୍ଥ ସାଇନ୍ସ ଡିପାର୍ଟମେଣ୍ଟ ପ୍ରଫେସର ମିରିଅମ ଡାଇମଣ୍ଡ କହିଛନ୍ତି ।
ଏହି କେମିକାଲ, ପିଲାଙ୍କ ମସ୍ତିଷ୍କକୁ ପ୍ରଭାବିତ କରିବା ସହ କମ୍ ବୟସରେ ପିଲାଙ୍କଠାରେ ମେଦବହୁଳତା ଦେଖାଯିବା, ବଡି ହିଟ୍ ଯୋଗୁ ହରମୋନାଲ୍ ଡିସଅଡର ଦେଖିବାକୁ ମିଳିଥାଏ ।
ପିଲାଙ୍କ ଶେଯରୁ ଫଥାଲେଟ୍ସ ନାମକ ବିଷାକ୍ତ ରସାୟନିକ ମିଳିଛି । ଯାହା ପ୍ଲାଷ୍ଟିକକୁ ଅଧିକ ନମନୀୟ ଏବଂ ଦୀର୍ଘସ୍ଥାୟୀ କରିବା ପାଇଁ ବ୍ୟବହାର କରାଯାଏ । ସାମ୍ପୁ, ମେକଅପ୍, ପରଫ୍ୟୁମ ଏବଂ ପିଲାଙ୍କ କଣ୍ଢେଇରେ ଏହି କେମିକାଲ ବ୍ୟବହାର କରାଯାଏ ।
ଶିଶୁମାନଙ୍କୁ ଏ ପ୍ରକାର ବିପଦରୁ ରକ୍ଷା କରିବା ପାଇଁ ପିଲାଙ୍କୁ ବିନା ଗଦିରେ ଶୋଇବା ଅଭ୍ୟାସ କରାଇବା ଆବଶ୍ୟକ । ଏଥିସହ କିଣା ଅତ୍ୟାଧୁନିକ ଗଦିକୁ ବ୍ୟବହାର ନ କରି ପ୍ରାକୃତିକ ତୁଳା କପଡ଼ାରେ ତିଆରି ଗଦିରେ ପିଲାଙ୍କୁ ଶୁଆଇବା ଅଭ୍ୟାସ କରାନ୍ତୁ।