fbpx

ଗଡ଼ିଲା ସୁଭଦ୍ରା ସଚେତନତା ରଥ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତି ଗାନ୍ଧୀମାର୍ଗରୁ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରଥର ଶୁଭାରମ୍ଭ କରିଛନ୍ତି । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟବ୍ୟାପି ସୁଭଦ୍ରା ସଚେତନତା ରଥ ଗାଁରୁ ସହର ଭ୍ରମଣ କରିବା ସହ ଲୋକଙ୍କୁ ସୁଭଦ୍ରା ଯୋଜନା ବାବଦରେ ସଚେତନ କରାଇବ ।

ଆଜି ସୁଭଦ୍ରା ସଚେତନ ରଥର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଏହା କେବଳ ଏକ ସରକାରୀ ଯୋଜନା ନୁହେଁ ଏହା ଓଡ଼ିଶାର ଅସ୍ମିତାର ପରିଚୟ ଏବଂ ମହିଳାଙ୍କୁ ସଶକ୍ତିକରଣ କରିବା ଦିଗରେ ସହାୟକ ହେବ । ସେହିପରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ମହିଳାଙ୍କ ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ମୋହନ ସରକାର ଅଙ୍ଗୀକାରବଦ୍ଧ । ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ ବିଶ୍ୱାସ କରିଛନ୍ତି । ଆର୍ଥିକ ସାମାଜିକ ସଶକ୍ତିକରଣ କରିବା ସହ ସବୁ ଯୋଗ୍ୟ ମହିଳାଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହଯୋଗ କରିବା ପାଇଁ ଓଡ଼ିଶା ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି । ଏକ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ନିକଟରେ ଏହି ଯୋଜନା ପହଞ୍ଚାଇବା ପାଇଁ ସୁଭଦ୍ରା ସଚେତନତା ରଥକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅର୍ଥାତ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନକରାଯିବ । କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଏକାମ୍ର ବିଧାୟକ ବାବୁ ସିଂହ, ମେୟର ସୁଲୋଚନା ଦାସ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.