ଖୁସି ଖବର: ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ, ସୁଭଦ୍ରାରେ ବାଦ ପଡ଼ିଥିବା ହିତାଧିକାରୀ ପୁଣି ଥରେ କରିପାରିବେ ଆବେଦନ
ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ବାଦ ପଡିଥିବା ହିତାଧିକାରୀ ପୋର୍ଟାଲରେ ଅଭିଯୋଗ କରିପାରିବେ ।
ଭୁବନେଶ୍ୱର: ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ବାଦ ପଡିଥିବା ହିତାଧିକାରୀ ପୋର୍ଟାଲରେ ଅଭିଯୋଗ କରିପାରିବେ । ଏହା ସହ ଆଉ ଥରେ ସାମିଲ ପାଇଁ ମଧ୍ୟ ଆବେଦନ କରିପାରିବେ ।
ତେବେ ଏହି ଯୋଜନାରେ ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ ପଡିଛନ୍ତି । ଆସନ୍ତା ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାକୁ ପୂରିବ ବର୍ଷେ । ବର୍ଷ ପୂର୍ତ୍ତି ଅବସରରେ ୩୪୮ ସୁଭଦ୍ରା CDPO ୟୁନିଟରେ ଧନ୍ୟବାଦ ମୋଦୀ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୫ ତାରିଖ ଯାଏଁ ଚାଲିବ । ପ୍ରତିଟି ଅଙ୍ଗନବାଡି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଚାଲିବ ।
ସୁଭଦ୍ରା ଅଭିଯୋଗ ପୋର୍ଟାଲ ଜରିଆରେ ହିତାଧିକାରୀ ବିଭାଗ ସହିତ ଯୋଗାଯୋଗ କରିପାରିବେ । ସେମାନଙ୍କ ସମସ୍ତ ଅଭିଯୋଗର ଜବାବ ରଖିବ ବିଭାଗ । ସୁଭଦ୍ରା ଯୋଜନା ନେଇ ଲୋକେ ଅନେକ ଅଭିଯୋଗ କରୁଥିଲେ ବି ଏହାର ଉତ୍ତର ପାଇ ପାରୁନଥିଲେ । ଏବେ ସବୁ ଅଭିଯୋଗର ଉତ୍ତର ରଖିବେ ବିଭାଗୀୟ ଅଧିକାରୀ । ଲୋକଙ୍କ ଅଭିଯୋଗଗୁଡ଼ିକ ବ୍ଲକ କମିଟି ଯାଞ୍ଚ କରିବ ଏବଂ ପରେ ଜିଲ୍ଲା ସ୍ତରକୁ ଯାଞ୍ଚ ପାଇଁ ଯିବ । ଜିଲ୍ଲା କମିଟି ନେବ ହିତାଧିକାରୀଙ୍କୁ ନେଇ ନିଷ୍ପତ୍ତି ନେବ । ଏହାର ଷ୍ଟାଟସ୍ ସବୁ ତଥ୍ୟ ପୋର୍ଟାଲରେ ଉପଲବ୍ଧ ରହିବ ।
ସୁଭଦ୍ରା ଯୋଜନାରୁ ହିତାଧିକାରୀ କାହିଁକି ବାଦ ପଡିଲେ ? କାରଣ କଣ ? ଆଗକୁ ସେମାନେ କଣ କଲେ ସାମିଲ ହୋଇପାରିବେ ? ଏ ସବୁ ପ୍ରଶ୍ନର ଉତ୍ତର ପୋର୍ଟାଲରେ ପାଇପାରିବେ ହିତାଧିକାରୀ । ବର୍ତ୍ତମାନ ସୁଭଦ୍ରାରେ ୧ କୋଟି ୯ ଲକ୍ଷ ହିତାଧୀକାରୀ ଥିବା ବେଳେ ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ ପଡ଼ିଛନ୍ତି । ବାଦ ପଡ଼ିଥିବା ହିତାଧିକାରୀଙ୍କ ସମାଧାନର ରାସ୍ତା ବାହାରିବ ।