କାଲିଠୁ ମହିଳାଙ୍କୁ ସୁଭଦ୍ରା ଦେବ ଡବଲ ଲାଭ, ଏକାଥରକେ ବ୍ୟାଙ୍କ ଖାତାକୁ ଆସିବ ୧୦ ହଜାର
ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍ । ୨ ଦିନ ବ୍ୟାଙ୍କ ଖାତାକୁ ଆସିବ ଟଙ୍କା ।
ଭୁବନେଶ୍ୱର: ଆସନ୍ତା କାଲି ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା କାଲି ମହିଳାଙ୍କୁ ପ୍ରଦାନ କରିବେ ସରକାର ।
୨ ଦିନ ମିଳିବ: ଏ ନେଇ ମାର୍ଚ୍ଚ ୧ ତାରିଖରେ ଏକ୍ସରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାର ଦିନକ ପରେ ଅର୍ଥାତ୍ ୮ ତାରିଖରେ ପୁଣିଥରେ ମହିଳାଙ୍କ ଖାତାକୁ ଆସିବ ୫ ହଜାର ଟଙ୍କା ।
ସରକାରଙ୍କ ସୂଚନା ମୁତାବକ ପ୍ରାୟ ୧ କୋଟି ମହିଳାଙ୍କ ଖାତାକୁ ଯିବ ଦ୍ୱିତୀୟ କିସ୍ତି ଟଙ୍କା ।
୧୦ ହଜାର ଟଙ୍କା: ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ, ଏହି ଜନମଙ୍ଗଳକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ମହିଳାଙ୍କୁ ଖୋଜାଯିବ ।
ହିତାଧିକାରୀମାନେ ଘର ଘର ବୁଲି ସର୍ଭେ କରିବେ । ଏ ନେଇ ମାର୍ଚ୍ଚ ୩୧ ଆବେଦନ ପ୍ରକ୍ରିୟାକୁ ବନ୍ଦ କରାଯିବ ।
ଖୋଜିବେ ସରକାର: ବତ୍ତର୍ମାନ ସୁଦ୍ଧା ଏକ କୋଟି ୮ ଲକ୍ଷ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । ୪ଟି ପର୍ଯ୍ୟାୟରେ ୧ କୋଟି ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାସରିଛି ।
ଆରମ୍ଭ ହେବାକୁ ଥିବା ସର୍ଭେ ପରେ ଯେଉଁମାନେ ବାହାରିବେ ସେମାନଙ୍କୁ ରକ୍ଷା ବନ୍ଧନରେ ଏକକାଳୀନ ୩ଟି କିସ୍ତି ପ୍ରଦାନ କରାଯିବ ।