fbpx
BSKY SKY
BSKY SKY

୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସେକ୍ସନ ଅଫିସର: ମାଡିବସିଲା ଭିଜିଲାନ୍ସ

BSKY

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଭୁବନେଶ୍ୱର କ୍ଷୁଦ୍ର ଜଳ ସେଚନ ମୁଖ୍ୟ ଯନ୍ତ୍ରୀଙ୍କ କାର୍ୟ୍ୟାଳୟର ସେକ୍ସନ ଅଫିସର । ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସେକ୍ସନ ଅଫିସର ଶୁଭକାନ୍ତ ସ୍ବାଇଁ । ଏକ କାଳୀନ ତିନୋଟି ଜାଗାରେ ରେଡ କରିଥିଲା ଭିଜିଲାନ୍ସ ଟିମ ।

ସୂଚନା ମୁତାବକ, ଜଣେ କଣ୍ଟ୍ରାକ୍ଟରଙ୍କ ଲାଇସେନ୍ସ ଇସ୍ୟୁ ପାଇଁ ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତିନୋଟି ସ୍ଥାନ ବଡଗଡ଼, ଝରଣା ସାହି ଏବଂ ଅଫିସ ରୁମରେ ରେଡ କରିଥିଲା ଭିଜିଲାନ୍ସ । ରେଡ ବେଳେ ଅଫିସ ଡ୍ରରୁ ୧୪ ହଜାର ୯୯୦ ଏବଂ ତାଙ୍କ ନିକଟରୁ ୫ ହଜାର ୫୦୦ ଟଙ୍କା ଜବତ ହୋଇଥିଲା ।

Get real time updates directly on you device, subscribe now.