fbpx

ସୁବୋଧ ଜୟସୱାଲ ହେଲେ ସିବିଆଇର ନୂଆ ନିର୍ଦ୍ଧେଶକ

ନୂଆଦିଲ୍ଲୀ: ସିବିଆଇର ନୂଆ ନିର୍ଦ୍ଧେଶକ ହେଲେ ସୁବୋଧ ଜୟସୱାଲ । ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୋମବାର ସିବିଆଇର ନିର୍ଦ୍ଧେଶକ ଚୟନ ପାଇଁ ଗଠିତ ଉଚ୍ଚସ୍ତରୀୟ ସମିତି ସିଆଇଏସଏଫର ମହାନିର୍ଦ୍ଧେଶକ ସୁବୋଧ କୁମାର ଜୟସୱାଲଙ୍କୁ ସିବିଆଇର ମହାନିର୍ଦ୍ଧେଶକ ଭାବେର ନିଯୁକ୍ତ କରିଛନ୍ତି ।

ଜୟସୱାଲ 1985 ବ୍ୟାଚ୍ ଭାରତୀୟ ପୋଲିସ୍ ସେବା (ଆଇପିଏସ୍) ଅଧିକାରୀ ଏବଂ ଏହା ପୂର୍ବରୁ ସେ ମହାରାଷ୍ଟ୍ରର ପୋଲିସ୍ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସେ ବର୍ତ୍ତମାନ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ର ମହାନିର୍ଦ୍ଦେଶକ ଅଛନ୍ତି। ଜୟସୱାଲ 1985 ବ୍ୟାଚ୍ ମହାରାଷ୍ଟ୍ର କ୍ୟାଡର ଅଧିକାରୀ । ସେ ମୁମ୍ବାଇ ପୋଲିସ କମିଶନର ଏବଂ ମହାରାଷ୍ଟ୍ର ଡିଜିପି ଭାବେ କାର୍ଯ୍ୟ କରିଛନ୍ତି। ରାଜ୍ୟର ଉଦ୍ଧବ ସରକାରଙ୍କ ସହ ମତଭେଦ ପରେ ଜୟସୱାଲ କେନ୍ଦ୍ରୀୟ ପ୍ରତିନିଧିତ୍ୱରେ ଦିଲ୍ଲୀ ଯାଇଥିଲେ।

ଜୟସୱାଲ RAW ରେ ମଧ୍ୟ କାମ କରିଛନ୍ତି | ଏହା ବ୍ୟତୀତ ସେ ତେଲଗୀ ସ୍କାମ ମାମଲା ସହ ଜଡିତ ତଦନ୍ତରେ ଜଡିତ ଥିଲେ। 2006 ମୁମ୍ବାଇ ସିରିଏଲ ବିସ୍ଫୋରଣର ଅନୁସନ୍ଧାନରେ ମଧ୍ୟ ଜୟସୱାଲ ଜଡିତ ଥିଲେ।

22 ସେପ୍ଟେମ୍ବର 1962 ରେ ଜନ୍ମ ହୋଇଥିବା ସୁବୋଧ ଜୟସୱାଲ 23 ବର୍ଷ ବୟସରେ ଜଣେ ଆଇପିଏସ୍ ଅଧିକାରୀ ହୋଇଥିଲେ। ତାଙ୍କର ଦକ୍ଷତାକୁ ଦୃଷ୍ଟିରେ ରଖି ସେ ଦେଶର ଗୁଇନ୍ଦା ଏଜେନ୍ସିରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ମନୋନୀତ ହୋଇଥିଲେ, ଯେଉଁଠାରେ ସେ ତାଙ୍କ ଭୂମିକାକୁ ବହୁତ ଭଲ ଭାବରେ ତୁଲାଇଥିଲେ। ଜୟସୱାଲ ଦେଶର ସର୍ବବୃହତ ଗୁଇନ୍ଦା ଏଜେନ୍ସି RAW ରେ ଦେଶ ବାହାରେ ଅନେକ ସଫଳ କାର୍ଯ୍ୟ କରିଛନ୍ତି। ସିଆଇଏସ୍ଏଫ୍ ର ଡିଜି ହେବା ପୂର୍ବରୁ ସୁବୋଧ ଜୟସୱାଲ ମୁମ୍ବାଇର ଅତିରିକ୍ତ ପୋଲିସ କମିଶନର ଭାବେ କାର୍ଯ୍ୟ କରୁଥିଲେ।

ବର୍ତ୍ତମାନ 1988 ବ୍ୟାଚ୍ ଆଇପିଏସ୍ ଅଧିକାରୀ ତଥା ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ସିବିଆଇ ନିର୍ଦ୍ଦେଶକଙ୍କ ଦାୟିତ୍ୱେର ଅଛନ୍ତି । ଋଷି କୁମାର ଶୁକ୍ଲାଙ୍କ ଅବସର ପରେ ସିହ୍ନାଙ୍କୁ ଏହି ପଦବୀ ଦିଆଯାଇଥିଲା। ଦୁଇ ବର୍ଷର କାର୍ଯ୍ୟକାଳ ପୂରଣ କରିବା ପରେ ସେ ଫେବୃଆରୀରେ ଅବସର ନେଇଥିଲେ।

Get real time updates directly on you device, subscribe now.