ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଳ ସାହିତ୍ୟ ପୁରସ୍କାର

କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍‌ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷିତ ।

ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଚଳିତ ବର୍ଷର ବାଲ୍‌ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି  । ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏହା ଗୌରବର ମୁହୂର୍ତ୍ତ କାରଣ ଦୁଇ ଜଣ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଏହି ପ୍ରତିଷ୍ଠିତ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ବାଲ୍‌ ସାହିତ୍ୟ ପୁରସ୍କାର- ବିଶିଷ୍ଟ ଲେଖକ ରାଜକିଶୋର ପାଢ଼ୀଙ୍କୁ ତାଙ୍କ ପୁସ୍ତକ ‘କେତେ ଫୁଲ ଫୁଟିଛି’ ପାଇଁ ୨୦୨୫ ବର୍ଷର ବାଲ୍‌ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ । ଏହି ପୁସ୍ତକ ଶିଶୁମାନଙ୍କ ପାଇଁ ସାହିତ୍ୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଭାବେ ଗ୍ରହଣ କରାଯାଇଛି।

କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର- ସେହିପରି, ଯୁବ ଲେଖକ ସୁବ୍ରତ ସେନାପତିଙ୍କୁ ତାଙ୍କ ପୁସ୍ତକ ‘କଦମ୍ବ ବନ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରଦାନ କରାଯିବ । ଏହି ପୁସ୍ତକ ଯୁବ ପାଠକମାନଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟତା ହାସଲ କରିଛି ଏବଂ ଓଡ଼ିଆ ସାହିତ୍ୟକୁ ନୂଆ ଦିଗନ୍ତ ପ୍ରଦାନ କରିଛି ।

ଏହି ପୁରସ୍କାର ଘୋଷଣା ଓଡ଼ିଆ ସାହିତ୍ୟ ଜଗତରେ ଆନନ୍ଦର ସଞ୍ଚାର କରିଛି । ଏହା ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧିକୁ ଜାତୀୟ ସ୍ତରରେ ପୁନର୍ବାର ପ୍ରମାଣିତ କରିଛି । ପୁରସ୍କାର ବିଜେତା ଦୁଇ ସାହିତ୍ୟିକଙ୍କୁ ଓଡ଼ିଶାର ସାହିତ୍ୟ ପ୍ରେମୀମାନେ ଶୁଭେଚ୍ଛା ଜଣାଇଛନ୍ତି ।