fbpx

କ୍ୟାରିୟରରେ ମିଳିବ ସଫଳତା, ପ୍ରୋମୋସନର ରହିଛି ସୁଯୋଗ, ଜାଣନ୍ତୁ କେଉଁ ରାଶି ପାଇଁ ଲକି ମାର୍ଚ୍ଚ ମାସ

Advertisement

ଓଡ଼ିଶା ଭାସ୍କର: ମାର୍ଚ୍ଚ ମାସରେ ଅନେକ ଗ୍ରହ ରାଶି ପରିବର୍ତ୍ତନ କରିବେ । ସମସ୍ତ ରାଶି ଉପରେ ଏହାର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପଡ଼ିବ । କିନ୍ତୁ ଏମିତି କିଛି ରାଶି ଅଛନ୍ତି ଯେଉଁମାନଙ୍କ ପାଇଁ କ୍ୟାରିୟର ଦୃଷ୍ଟିରୁ ମାର୍ଚ୍ଚ ମାସ ଶୁଭ ଫଳ ପ୍ରଦାନ କରିବ । ଆସନ୍ତୁ ଜାଣିବା ସେହି ଲକି ରାଶି ବିଷୟରେ:

୧. ମେଷ ରାଶି(Aries): ମେଷ ରାଶି ପାଇଁ ମାର୍ଚ୍ଚ ମାସ ଅନୁକୂଳ ପରିଣାମ ଦେବ । ଏହି ମାସରେ ମଙ୍ଗଳ ଆପଣଙ୍କ ୧୦ମ ଭାବରେ ବିରାଜମାନ କରିବେ । କ୍ୟାରିୟରରେ ପ୍ରୋମୋସନ ମିଳିବାର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସହ ଭଲ ପଦ ପ୍ରାପ୍ତ କରିବେ । କ୍ୟାରିୟରରେ ଅଗ୍ରଗତି ପାଇଁ ସୁଯୋଗ ମିଳିବ । ମାର୍ଚ୍ଚ ୧୫ ପରେ ମଙ୍ଗଳ କୁମ୍ଭ ରାଶି ହୋଇ ଆପଣଙ୍କ ଏକାଦଶ ଭାବରେ ରହିବେ । ଫଳରେ ଆପଣଙ୍କ ରାସ୍ତାରୁ ବାଧାବିଘ୍ନ ଦୂରେଇବା ସହ ସଫଳତାର ମାର୍ଗ ଖୋଲିଯିବ । ଆପଣ ନିଜ କୌଶଳ ଏବଂ କାର୍ଯ୍ୟଦକ୍ଷତା ଆଧାରରେ ପ୍ରତିଷ୍ଠା ଅର୍ଜନ କରିବେ ।

୨. ମିଥୁନ ରାଶି(Gemini): କ୍ୟାରିୟର ଦୃଷ୍ଟିରୁ ମାର୍ଚ୍ଚ ମାସ ଆପଣଙ୍କ ପାଇଁ ଶୁଭ ରହିବ । ରାହୁଙ୍କ କୃପାରୁ କ୍ୟାରିୟରରେ ଦେଖାଯାଉଥିବା ସମସ୍ତ ଚ୍ୟାଲେଞ୍ଜର ସାମ୍ନା କରିବାରେ ସଫଳ ହେବେ । କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ବ୍ୟାପାର କ୍ଷେତ୍ରରେ ମଧ୍ୟ ସଫଳତା ମିଳିବାର ଯୋଗ ରହିଛି । ଏହି ରାଶିଙ୍କ ପାଇଁ ବିଦେଶ ଗସ୍ତର ସମ୍ଭାବନା ରହିଛି ।

୩. କର୍କଟ ରାଶି(Cancer): ମାର୍ଚ୍ଚ ମାସ ଦେବ ଗୁରୁ ବୃହସ୍ପତିଙ୍କ କୃପାଦୃଷ୍ଟି ରହିବ । ରାଶିରେ ଦଶମ ଭାବରେ ବୃହସ୍ପତିଙ୍କ ଅବସ୍ଥାନ ଯୋଗୁଁ କ୍ୟାରିୟରେ ଅନୁକୂଳ ଫଳାଫଳ ପ୍ରାପ୍ତ ହେବ । କାର୍ଯ୍ୟକ୍ଷମତା ବୃଦ୍ଧି ହେବା ସହ ପଦୋନ୍ନତି ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସାର ପାତ୍ର ହେବେ । ବ୍ୟାପାରରେ ସଫଳତାର ଯୋଗ ରହିଛି ।

୪. ତୁଳା ରାଶି(Libra): ମାର୍ଚ୍ଚରେ ଶୁକ୍ର ଏବଂ ମଙ୍ଗଳଙ୍କ କୃପାରୁ ଚକିରିରେ ଶୁଭଫଳ ପ୍ରାପ୍ତି ହେବ । କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବା ସହ ବ୍ୟବସାୟ ବିସ୍ତାର କରିବାର ସମ୍ଭାବନା ରହିଛି । ଅନ୍ୟ ବ୍ୟବସାୟୀଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ଏଥିରେ ଆପଣଙ୍କୁ ସଫଳତା ମିଳବ ।

 

Get real time updates directly on you device, subscribe now.