ଛେଳି ଚାଷ ଦେଉଛି ୫ ଲକ୍ଷର ରୋଜଗାର… ଜାଣନ୍ତୁ ଅଶୋକଙ୍କ ସଫଳତାର କାହାଣୀ

ପୁରୀ: କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ଦୃଢ଼ ଇଚ୍ଛା ଶକ୍ତି ଥିଲେ ସଫଳତାକୁ କେହି ଅଟକାଇ ପାରିବେନି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବନ୍ତିଲୋ ଗ୍ରାମରେ । ପାଠପଢ଼ୁଥିବା ସମୟରେ ନିଶା ଥିଲା ଛେଳି ଓ ମେଣ୍ଢା ଫାର୍ମ କରିବା । ଆଉ ଆଜି ଏଇ ନିଶା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି । ଏଭଳି ଜଣେ ସଫଳ ଚାଷୀ ହେଉଛନ୍ତି ଅଶୋକ ପ୍ରଧାନ ।

ଏ କଥାଟି ବିଶ୍ୱାସ ନ ହେଲେ ବି ସତ । ପାଠପଢ଼ା ସମୟରେ ଥିଲା ଚାଷର ନିଶା । ଆଉ ଶେଷରେ ବର୍ଷକୁ ରୋଜଗାର କରୁଛନ୍ତି ୫ ଲକ୍ଷ ଟଙ୍କା । ଛେଳି ଦେଉଛି ରୋଜଗାର ବାଟ । ଯେମିତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବନ୍ତିଲୋ ଗ୍ରାମର ଅଶୋକ ପ୍ରଧାନ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଛେଳି ଓ ମେଣ୍ଢା ଫାର୍ମ କରିବେ ବୋଲି ସ୍ୱପ୍ନ ଦେଖିଥିଲେ । ଆଉ ଆଜି ଏକ ବିଶାଳକାୟ ଛେଳି ଓ ମେଣ୍ଡା ଫାର୍ମ କରିଛନ୍ତି । କରୋନା ସମୟରେ ଛେଳି ଚାଷ ବନ୍ଦ କରିଦେଇଥିବା ବେଳେ ହତାଶ ନହୋଇ କୋଲକାତାରୁ ବିଭିନ୍ନ ପ୍ରଜାତିର ମେଣ୍ଡା ଓ ଛେଳି ଆଣି ଚାଷ କାମ ଆରମ୍ଭ କଲେ । ଆଉ ବର୍ଷେ ଭିତରେ ତାଙ୍କୁ ମିଳିଥିଲା ବଡ଼ ସଫଳତା । ଏବେ ତାଙ୍କ ଫାର୍ମରେ ଶହେରୁ ଉର୍ଦ୍ଧ ଛେଳି ସହ ୩୫୦ଟି ମେଣ୍ଡା ଅଛନ୍ତି । ର୍ଫାରୁ ବାର୍ଷିକ ୫ଲକ୍ଷ ଟଙ୍କା ରୋଜଗାର କରୁଥିବା ସେ କୁହନ୍ତି ।
ଛେଳି ଓ ମେଣ୍ଡାଙ୍କର ଯତ୍ନନେବା ପାଁଇ ଅଶୋକ ୪ରୁ ୫ଜଣ ଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି । ଏହା ସହ ଅଶୋକ ଛେଳି ଓ ମେଣ୍ଡା ଚାଷ ପାଇଁ ପ୍ରୋତ୍ସାହନ କରୁଛନ୍ତି । ଆଜିର ଯୁବ ପିଢ଼ି ଯେତେ ବେଳେ ଚାଷରୁ ନିବୃତ ରଖୁଛନ୍ତି ସେ ଭଳି ପରିସ୍ଥିତିରେ ଅଶୋକଙ୍କ ପ୍ରଚେଷ୍ଟା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚିତ ।