fbpx

ନୂଆ ରେକର୍ଡ : SCBରେ ରକ୍ତକର୍କଟ ରୋଗୀଙ୍କର ସଫଳ ଚିକିତ୍ସା, ୮୭ ପ୍ରତିଶତ ରୋଗୀ ସୁସ୍ଥ

କଟକ : କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ ୧୬୦ଜଣ ରକ୍ତକର୍କଟ ରୋଗୀଙ୍କ କ୍ଷେତ୍ରରେ ଅସ୍ଥିମଜା ପ୍ରତିରୋପଣ କରି ନୂଆ ରେକର୍ଡ ସୃଷ୍ଟି କରିଛି । ହେମାଟୋଲୋଜି ବିଭାଗର ପ୍ରଫେସର ରବୀନ୍ଦ୍ର କୁମାର ଜେନା କହିଛନ୍ତି ୨୦୧୪ ମସିହା ଫେବୃୟାରୀ ୨୬ ତାରିଖରେ ଆରମ୍ଭ ହୋଇଥିଲା । ପ୍ରଥମକରି ୨୦୧୪ ମସିହା ଏପ୍ରିଲ ୨୩ ତାରିଖରେ ମାଗଣାରେ ଅସ୍ଥିମଜା ପ୍ରତିରୋପଣ ସଫଳତାର ସହ କରାଯାଇଥିଲା ।୧୬୦ଜଣ ଅସ୍ଥିମଜା ପ୍ରତିରୋପଣ କରିଥିବା ରୋଗୀଙ୍କ ମଧ୍ୟରୁ ୮୭ ପ୍ରତିଶତ ରୋଗୀ ସୁସ୍ଥ ଜୀବନ ଯାପନ କରୁଥିବା ଡାକ୍ତର ଶ୍ରୀ ଜେନା କହିଛନ୍ତି ।

କୌଣସି ସରକାରୀ ଡାକ୍ତରଖାନାରେ ଏଭଳି ହୋଇନାହିଁ। ଏହା ବିରଳ ରେକର୍ଡ଼ ବୋଲି ହେମାଟୋଲୋଜି ବିଭାଗର ପ୍ରଫେସର ରବୀନ୍ଦ୍ର କୁମାର ଜେନା କହିଛନ୍ତି।
୨୦୧୪ ଫେବୃଆରୀ ୨୬ରେ ହେମାଟୋଲୋଜି ବିଭାଗରେ ଅସ୍ଥିମଜ୍ଜା ପ୍ରତିରୋପଣ ୟୁନିଟ୍‌ ଆରମ୍ଭ ହୋଇଥିଲା। ମେଡ଼ିକାଲକୁ ଆସିଥିଲା ଅତ୍ୟାଧୁନିକ ଷ୍ଟେମ୍‌ସେଲ୍‌ ଆଥ୍ରେସିମ ମେସିନ, କଣ୍ଟ୍ରୋଲ ରେଟ୍ ଫ୍ରିଜର ଓ ରୋଗୀଙ୍କ ରହିବା ପାଇଁ ହେପାଫିଲ୍‌ଟର ସୁବିଧା ବିଶିଷ୍ଟ ବୋନ ମାରୋ କୋଠରି ନିର୍ମାଣ କରାଯାଇଥିଲା।

ପ୍ରଥମ କରି ୨୦୧୪ ଏପ୍ରିଲ ୨୩ ତାରିଖରେ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ କେଦାଶପୁର ଗ୍ରାମର ଶକୁନ୍ତଳା ସାହୁ (୫୪)ଙ୍କ କ୍ଷେତ୍ରରେ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳତାର ସହିତ କରାଯାଇଥିଲା। ଏହା ଦେଶର ପ୍ରଥମ ସରକାରୀ ଡାକ୍ତରଖାନା ଯେଉଁ ଠାରେ ମାଗଣାରେ ଏହି ସଫଳ ପ୍ରତିରୋପଣ କରାଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେଉଁ ୧୬୦ ଜଣଙ୍କ କ୍ଷେତ୍ରରେ ଅସ୍ଥିମଜ୍ଜା ପ୍ରତିରୋପଣ ଅଦ୍ୟାବଧି କରାଯାଇଛି ସେମାନଙ୍କ ମଧ୍ୟରୁ ୮୭ ପ୍ରତିଶତ ରୋଗୀ ସୁସ୍ଥ ଜୀବନଯାପନ କରୁଥିବା ଡାକ୍ତର ​ କହିଛନ୍ତି।

ସୂଚନାଥାଉକି, ଅସ୍ଥିମଜ୍ଜା ପ୍ରତିରୋପଣ ଚିକିତ୍ସା ବ୍ୟବସ୍ଥା ଅତ୍ୟନ୍ତ ବ୍ୟୟ ସାପେକ୍ଷ। ଏଥିପାଇଁ ଘରୋଇ ଡାକ୍ତରଖାନାଗୁଡ଼ିକରେ ୧୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। କାରଣ ବୋନ୍ ଟ୍ରାନ୍ସପ୍ଲାଣ୍ଟ ରୁମ୍‌ ପାଇଁ ଘରୋଇ ଡାକ୍ତରଖାନାଗୁଡ଼ିକ ଦିନକୁ ୧୫ ହଜାର ଟଙ୍କା ଭଡ଼ା ନେଇଥାନ୍ତି। ମାତ୍ର ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ କଟକ ବଡ଼ା ଡାକ୍ତରଖାନାରେ ଏହି ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି।

Get real time updates directly on you device, subscribe now.