fbpx

ଏମିତି ଭାଇ ! ନିଆଁରେ ହୁ ହୁ ହୋଇ ଜଳୁଛି ଭଉଣୀ , ବଞ୍ଚାଇବା ପରିବର୍ତ୍ତେ ଭିଡିଓ ସୁଟିଂ କରୁଛି

Advertisement

ଶାହାଜାହାନପୁର : ଏମିତି ଭାଇ କାହାକୁ ନ ଦିଅନ୍ତୁ ଭଗବାନ । ଆମେ କାହିଁକି କହୁଛୁ ଏକଥା । ଏଥିପାଇଁ କହୁଛୁ ଯେ, ଭଉଣୀ ଜଳୁଥିବା କେଉଁ ଭାଇ ଠିଆ ହୋଇ ଦେଖିବ? ଖାଲି ଦେଖୁ ନଥଲା ତ ଭିଡିଓ ସୁଟିଂ ମଧ୍ୟ କରୁଥିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ୟୁପିର ଶାହାଜାହାନପୁର ।

କୌଣସି କାରଣକୁ ନେଇ ଭଉଣୀ ନିଜ ଦେହରେ କିରୋସୀନି ଢାଳି ନିଆଁ ଲଗାଇ ଦେଇଥିଲା । ଘରର ଦୁଆର ମୁହଁରେ ଠିଆ ହୋଇ ନିଜ ଦେହରେ ନିଆଁ ଲଗାଇବା ପରେ ଘର ଭିତରକୁ ଦୌଡି ପଳାଇଥିଲା । କିନ୍ତୁ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଭାଇ ଭଉଣୀ ଦେହରେ ନିଆଁ ଲିଭାଇବା ପରିବର୍ତ୍ତେ ଭଉଣୀ ଜଳୁଥିବା ଅବସ୍ଥାରେ ଭିଡିଓ ସୁଟିଂ କରିଥିଲା । ଘର ଭିତରକୁ ମଧ୍ୟ ନାବାଳିକା ପଛରେ ଦୌଡି ଯାଇ ପୁଣି ଏକ ଭିଡିଓ ସୁଟିଂ କରିଥିଲା । ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଦ୍ୱିତୀୟ ଭିଡିଓରେ ଦେଖିବାକୁ ମିଳିଛି ଯେ,ମୋଟରସାଇକେଲରୁ ପେଟ୍ରୋଲ ବାହାର କରାଯାଉଛି । ନାବାଳିକା ଜଣକ ଗୁରୁତର ଭାବେ ଜଳି ଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନାବାଳିକାର ସ୍ୱାସ୍ଥ୍ୟାବସ୍ଥାକୁ ନେଇ କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.