ବିଶ୍ୱର ଏପରି ନଦୀ, ଯେଉଁଠାରେ ପ୍ରବାହିତ ହେଉଛି ଫୁଟାପାଣି: ଭୁଲରେ ବି ପଡ଼ିଗଲେ ଚାଲିଯିବ ଜୀବନ

ଦୁନିଆରେ ଏପରି କିଛି ରହସ୍ୟମୟୀ ସ୍ଥାନ ରହିଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ବି ଜାଣିପାରିନାହାନ୍ତି । ଏପରି ଏକ ରହସ୍ୟମୟୀ ନଦୀ ରହିଛି, ଯେଉଁଥିରେ ସବୁବେଳେ ଉତ୍ତପ୍ତ ପାଣି ପ୍ରବାହିତ ହୁଏ । କୁହାଯାଏ କି, ଏହାର ପାଣିରେ ଯଦି କେହି ଭୁଲରେ ଖସିପଡେ, ତେବେ ମୃତ୍ୟୁ ସୁନିଶ୍ଚିତ ।
ଏହି ନଦୀ ପେରୁରେ ରହିଛି । ୨୦୧୧ ମମିହା ଭୂ-ବିଜ୍ଞାନୀ ଆଣ୍ଡ୍ରେ ରୁଜୋ ଏହି ରହସ୍ୟମୟ ନଦୀର ଅନୁସନ୍ଧାନ କରିଥିଲେ । ଏହି ଉତପ୍ତ ନଦୀର ନାମ ‘ମୟାନତୁୟାକୁ’ ରଖାଯାଇଛି । ମଣିଷ ହୁଅନ୍ତୁ ବା ପଶୁପକ୍ଷୀ, ଯଦି କେହି ବି ଭୁଲରେ ଏହି ନଦୀରେ ପାଣିକୁ ଖସିପଡ଼ନ୍ତି, ତେବେ ସେମାନଙ୍କର ମୃତ୍ୟୁ ହୋଇପାରେ ।

रहस्यमय तरीके से उबलता है नदी का पानी

କୁହାଯାଏ କି, ପିଲାଦିନରୁ ରୁଜୋ ଏପରି କଳ୍ପିତ ନଦୀଗୁଡ଼ିକର କାହାଣୀ ଶୁଣିଥିଲେ, ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କିନ୍ତୁ ସେତେବେଳେ ସେ କେବେ ବି ଅନୁଭବ କରି ନଥିଲେ ଯେ, ଏପରି ନଦୀ ପ୍ରକୃତରେ ଅଛି । ଦିନେ ସେ ଆମାଜନର ଜଙ୍ଗଲରେ ପହଞ୍ଚିଲେ, ଯେଉଁଠାରେ ତାଙ୍କର କାଳ୍ପନିକ କାହାଣୀ ସତରେ ପରିଣତ ହୋଇଥିଲା । ଶେଷରେ ସେ ଏକ ନଦୀ ଖୋଜିବାରେ ସଫଳ ହେଲେ ଯାହାର ଜଳ ରହସ୍ୟମୟ ଭାବରେ ଫୁଟୁଥିଲା ।

ଏହି ନଦୀ ପ୍ରାୟ ୭ କିଲୋମିଟର ଲମ୍ବା ହୋଇଥିବା ବେଳେ ଗୋଟିଏ ଗୋଟିଏ ସ୍ଥାନରେ ନଦୀ ୮୦ ଫୁଟ ଚଉଡା ହୋଇଯାଏ ଓ କୌଣସି ସ୍ଥାନରେ ଏହାର ଗଭୀରତା ୧୬ ଫୁଟ ପର୍ଯ୍ୟନ୍ତ ଥାଏ । ରୁଜୋଙ୍କ ଅନୁଯାୟୀ ଏହାର ଜଳ ଏତେ ଗରମ ଯେ, ଆପଣ ଏଥିରୁ ଚା ମଧ୍ୟ ତିଆରି କରାଯାଇପାରିବ ।

वैज्ञानिक तक नहीं सुलझा पाए हैं रहस्य

ଉତ୍ତପ୍ତ ନଦୀ ପାଣିର ରହସ୍ୟର ଜାଣିବା ପାଇଁ ବୈଜ୍ଞାନିକଙ୍କ ଏବେ ବି ଅନୁସନ୍ଧାନ ଜାରି ରହିଛି । ଏହି ନଦୀର ଜଳ ସବୁବେଳେ ଫୁଟୁଛି । ଏହା ଏକ ସ୍ୱାଭାବିକ ଗରମ ନଦୀ, ତେଣୁ ବୈଜ୍ଞାନିକମାନେ ଏହାକୁ ବିଶ୍ୱର ବୃହତ୍ତମ ଥର୍ମଲ ନଦୀ ବୋଲି କହିଛନ୍ତିି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ନଦୀ ଚାରିପାଖରେ ଆଗ୍ନେୟଗିରି ନାହିଁ ।

ରିପୋର୍ଟ ଅନୁସାରେ, ଆମାଜନର ଜଙ୍ଗଲ ମଧ୍ୟରେ ଲୁଣି ନଦୀ ଏବଂ ହଟ୍ ନଦୀ ନାମକ ଦୁଇଟି ନଦୀ ଏହି ‘ମୟାନତୁୟାକୁ’ ନଦୀରେ ମିଶ୍ରଣ ହୁଏ । ଏହି ନଦୀର ଜଳର ତାପମାତ୍ରା ୯୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ ହୋଇଥାଏ ।