ସରକାରୀ ସ୍କୁଲରେ ହିନ୍ଦୁ ଛାତ୍ରଙ୍କୁ ଘୃଣା, ଟଏଲେଟ ସଫା କରିବାକୁ କରାଯାଉଛି ବାଧ୍ୟ
ହିନ୍ଦୁ ଛାତ୍ରଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା
ଉତ୍ତରପ୍ରଦେଶ: ସରକାରୀ ସ୍କୁଲରେ ହିନ୍ଦୁ ଛାତ୍ରଙ୍କୁ ଦିଆଯାଉଛି ମାନସିକ ଏବଂ ଶାରୀରିକ ନିର୍ଯାତନା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଉତ୍ତରପ୍ରଦେଶର ବିଜନୌରର ଏକ ସରକାରୀ ସ୍କୁଲରେ।
ଏଠାରେ ଜଣେ ଶିକ୍ଷୟିତ୍ରୀ ହିନ୍ଦୁ ଛାତ୍ରମାନଙ୍କୁ ହଇରାଣ କରୁଥିବା ଅଭିଯୋଗ କରି ସ୍କୁଲ ପ୍ରିନ୍ସିପାଲ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ମାମଲାଟି ବିଜନୌରର ଚାନ୍ଦପୁରର ପତିଆପଡ଼ାରେ ଅବସ୍ଥିତ କମ୍ପୋଜିଟ୍ ପ୍ରାଇମେରୀ ସ୍କୁଲ ସହିତ ଜଡିତ। ସ୍କୁଲରେ ପାଠପଢ଼ାଉଥିବା ନୁସରତ ଜାହାନ ନାମକ ଜଣେ ଶିକ୍ଷୟିତ୍ରୀ ଚାନ୍ଦପୁର ଥାନାରେ ସ୍କୁଲ ପ୍ରିନ୍ସିପାଲ୍ ଆୟେଶା ଖାତୁନ୍ଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ଦେଇଛନ୍ତି।
ସେ କହିଛନ୍ତି ଯେ ତାଙ୍କୁ ୨୦୦୭ ମସିହାରୁ ଶିକ୍ଷା ମିତ୍ର ଭାବରେ ନିଯୁକ୍ତ କରାଯାଇଛି। ଏହି ସ୍କୁଲର ପ୍ରିନ୍ସିପାଲ୍ ଆୟେଶା ଖାତୁନ୍ ହିନ୍ଦୁ ପିଲାମାନଙ୍କୁ ସ୍କୁଲରେ ପ୍ରବେଶ କରିବାକୁ ଦେଉନାହାଁନ୍ତି।
ସେ ହିନ୍ଦୁ ପିଲାମାନଙ୍କୁ ଘୃଣା କରନ୍ତି ଏବଂ ସେମାନଙ୍କ ପ୍ରତି ଭେଦଭାବ କରନ୍ତି। ତା ସହିତ ସେମାନଙ୍କଦ୍ୱାରା ସ୍କୁଲ କୋଠରୀ, ପରିସର ଏବଂ ଶୌଚାଳୟ ମଧ୍ୟ ସଫା କରାଉଛନ୍ତି।
ସେ ଅନେକ ଥର ଆୟେଶା ଖାତୁନଙ୍କୁ ପିଲାମାନଙ୍କୁ ସଫା କରିବା ଏବଂ ଶୌଚାଳୟ ଧୋଇବା ପାଇଁ ମନା କରିଥିଲେ, କିନ୍ତୁ ଏହା ବଦଳରେ ଆୟେଶା ଖାତୁନ ତାଙ୍କୁ ଠେଲା ପେଲା କରି ଝଗଡ଼ା କରିଥିଲେ।
ଏହି ଘଟଣା ଶୁଣିବା ପରେ ଚାନ୍ଦପୁର ପୋଲିସ ଇନ୍ସପେକ୍ଟର କହିଛନ୍ତି ଯେ ତଦନ୍ତ ରିପୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ହିଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।