fbpx

ବ୍ୟାକ୍ ପେନ୍ ପାଇଁ କାମ ହେଉଛି ପ୍ରଭାବିତ, ତେବେ ଆପଣାନ୍ତୁ ଏହି ଉପାୟ

ଓଡିଶା ଭାସ୍କର: ବର୍ତ୍ତମାନ ସମୟରେ ୧୦୦ରୁ ୮୦  ଲୋକ ବ୍ୟାକ ପେନ ବା ପିଠିରେ ଯନ୍ତ୍ରଣା ଥିବା କହିଥାନ୍ତି । ଏହି ସମସ୍ୟା ସବୁ ବର୍ଗରେ ଦେଖିବାକୁ ମିଳୁଛି । ଅନେକ ସମୟରେ ବ୍ୟାକ ପେନ ଅନେକଙ୍କ ପାଇଁ ଅସହ୍ୟ ମଧ୍ୟ ହୋଇଥାଏ । ଯାହାକୁ ନେଇ ବିଶେଷଜ୍ଞଙ୍କ କହିବା କଥା, ଆଜିର ଯୁଗରେ ଶାରୀରିକ ପରିଶ୍ରମ ଅନେକାଂଶରେ କମି ଯାଇଛି । ଏହା ବଦଳରେ ପ୍ରାୟ ଲୋକଙ୍କ କାମ ମାନସିକ ରହୁଛି । ଘଣ୍ଟା ଘଣ୍ଟା ଗୋଟିଏ ଜାଗାରେ ବସିବାକୁ ପଡୁଛି । ଯାହା ବ୍ୟାକ୍ ପେନର ମୁଖ୍ୟ କାରଣ ବୋଲି କୁହାଯାଉଛି ।

ତେବେ ଏହି ସମସ୍ୟା ପିଠିର ନିମ୍ନ ଭାଗରେ ବିଶେଷ ରୂପ ଅନୁଭୁତ ହୋଇଥାଏ । ଏହା ମାଂସପେଶୀ ଟାଣିହେବା, ଭୁଲ ଶୈଳୀରେ ବସିବା ବା ଶୋଇବା, ହାଡର ଦୁର୍ବଳତା, ମାନସିକ ଚାପ ପାଇଁ ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି । ଏହି ସମସ୍ୟା ବଢିବା ଦ୍ୱାରା ମଣିଷର କାମକରିବା ଦକ୍ଷତାକୁ ପ୍ରଭାବିତ କରିଥାଏ । ତେଣୁ ଶଲ୍ୟ ଚିକିତ୍ସକଙ୍କ ନିକଟକୁ ଗଲେ ସେମାନେ ପ୍ରଥମେ ବ୍ୟକ୍ତିଙ୍କ ଜୀବନ ଶୈଳୀ, ଅଭ୍ୟାସ, କାମ ଆଦି ବିଷୟରେ ଜାଣିଥାନ୍ତି । ଚିକିତ୍ସକଙ୍କ ମତରେ ପିଠି ଯନ୍ତ୍ରଣା ଦୂର କରିବା ପାଇଁ କିଛି ସହଜ ଉପାୟ ରହିଛି ।

ବସିବା ସମୟରେ ପିଠିକୁ ସିଧା ରଖି ବସିବା ଜରୁରୀ । ଚୌକିରେ ବସିବା ବେଳେ ଲକ୍ଷ୍ୟ ରଖନ୍ତୁ, ଯେମିତି ଆପଣଙ୍କ ପିଠି ଚୌକିକୁ ସମ୍ପୂର୍ଣ୍ଣ ରୂପେ ଛୁଉଁଚି ବା ଆପଣ ଚୌକି ଉପରେ ପିଠିକୁ ସିଧା ଢେରାଦେଉଛନ୍ତି ।

ଦୀର୍ଘ ସମୟ ପାଇଁ ଗୋଟିଏ ଜାଗାରେ ବସି କାମ କରିବାକୁ ହେଉଥିଲେ, ୩୦-୪୦ ମିନିଟ ବ୍ୟବଧାନରେ ନିଜ ସ୍ଥାନରୁ ଉଠି ଠିଆ ହେବା ସହ ଶରୀରକୁ ଉପର ଆଡକୁ ଟାଣନ୍ତୁ । ବାମ, ଡାହଣକୁ ଅଣ୍ଟା ପାଖରୁ ଉପରକୁ ମୋଡିବାକୁ ଚେଷ୍ଟା କରନ୍ତୁ । ଆଗକୁ ମଧ୍ୟ ନଇଁ ଶରୀରରେ ମୁଭମେଣ୍ଟ କରନ୍ତୁ ।

ପ୍ରତ୍ୟହ ନିୟମିତ ବ୍ୟାୟାମକୁ ଜୀବନରେ ସାମିଲ କରନ୍ତୁ । ଏଥିରେ ମୁଖ୍ୟତଃ ଷ୍ଟ୍ରେଚିଂ ପରି ମୁଭ ରହିବା ଜରୁରୀ । ଏମିତି କରିବା ଦ୍ୱାରା ପୂରା ଶରୀରର ମାଂସପେଶୀରେ ଥିବା ଶିଥିଳତା ଦୂର ହୋଇପାରିବ । ଶରୀରର ହାଡକୁ ଆରାମ ମିଳିବ । ବ୍ୟାକ ପେନ ମଧ୍ୟ ହେବ ନାହିଁ ବା କମିଯିବ ।

Get real time updates directly on you device, subscribe now.