ନୂଆଦିଲ୍ଲୀ: ଅବସରପ୍ରାପ୍ତ ବିଚାରପତି ବି.ସୁଦର୍ଶନ ରେଡ୍ଡୀ ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରେସ ମିଟ୍ ଜରିଆରେ ସୁଦର୍ଶନଙ୍କ ନାମ ଘୋଷଣା କରିଛନ୍ତି ।
ସୁଦର୍ଶନଙ୍କୁ ଇଣ୍ଡି ମେଣ୍ଟ ପକ୍ଷରୁ ଉପରାଷ୍ଟ୍ରପତି ପଦ ପାଇଁ ଚୟନ କରାଯାଇଥିବା ସୂଚନା । ସୁଦର୍ଶନ ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।
୧୯୪୭ ଜୁଲାଇ ୮ ତାରିଖରେ ସୁଦର୍ଶନଙ୍କ ଜନ୍ମ । ୧୯୯୫ ମେ’ ୨ ତାରିଖରେ ଆନ୍ଧ୍ର ହାଇକୋର୍ଟର ସ୍ଥାୟୀ ବିଚାରପତି ଥିଲେ ସୁଦର୍ଶନ ।
୧୯୭୧ ଡିସେମ୍ବର ୨୭ରେ ଆନ୍ଧ୍ରପ୍ରଦେଶ ବାର କାଉନସିଲରେ ଓକିଲ ଥିଲେ ସୁଦର୍ଶନ ରେଡ୍ଡି । ଓକିଲାତିବେଳେ େ ଆନ୍ଧ୍ର ହାଇକୋଟ;ା ରିଟ୍ ଓ ସିଭିଲ୍ ମାମଲାରେ ଅଭ୍ୟାସ କରୁଥିଲେ ।
୧୯୮୮-୯୦ ପର୍ଯ୍ୟନ୍ତ ସୁଦର୍ଶନ ହାଇକୋର୍ଟରେ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଥିଲେ । ୧୯୯୦ ମଧ୍ୟରେ ମାସ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସ୍ଥାୟୀ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ସେ ।