କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକରୁ ବଞ୍ଚିବା ପାଇଁ କରନ୍ତୁନି ଏପରି ଭୁଲ୍: ନଚେତ୍ ମୃତ୍ୟୁ ସୁନିଶ୍ଚିତ

ଅନେକଥର ଲୋକଙ୍କୁ ଅନୁଭବ ବି ହୁଏନାହିଁ ଓ ଅଚାନକ୍ କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକର ଶିକାର ହୁଅନ୍ତି । ସାଧାରଣତଃ ଏହା ଖରାପ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ହୋଇଥାଏ । ଆମେ ଏପରି କିଛି ଜିନିଷକୁ ଅଣଦେଖା କରିଥାଊ, ଯାହାକି ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ନିକଟରେ ଲୋକପ୍ରିୟ ଗାୟକ କେକେ ମଧ୍ୟ କାର୍ଡିଆକ୍ ଆରେଷ୍ଟ ଯୋଗୁଁ ପ୍ରାଣ ହରାଇଛନ୍ତି । ପ୍ରସିଦ୍ଧ ଲାଇଫଷ୍ଟାଇଲ କୋଚ୍ ଲଉକ୍ କାଉଟିନୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କହିଛନ୍ତି ଯେ, କାର୍ଡିଆକ୍ ଆଟାକ୍ ଓ ହାର୍ଟ ଆଟାକ୍ ଭଳି ଗୁରୁତର ସମସ୍ୟାର କିଛି ଚେତାବନୀ ସଙ୍କେତ ରହିଛି, ଯାହାକୁ କେବେ ବି ଅଣଦେଖା କରିବା ଉଚିତ୍ ନୁହେଁ ।

ତାଙ୍କ କହିବା ଅନୁସାରେ, ‘ଯଦି ଆମ ଜୀବନଶୈଳୀ ଭୁଲ, ତାହାଲେଆମେ ଯେତେ ବି ଫିଟ୍ ବା ଅନଫିଟ୍ ରହିଲେ ଆମ ହାର୍ଟକୁ କିଛି ବି ହୋଇପାରେ । ଲୋକାମାନେ ନକଲି ଓ ପ୍ଲାଷ୍ଟିକ୍ ହେବାରେ ଲାଗିଛନ୍ତି । ସମସ୍ତେ ଭଲ ଦେଖାଯିବାକୁ ଚାହାଁନ୍ତି, କିନ୍ତୁ ଇମୋସନାଲ ଭାବେ କରୁଛନ୍ତି । ଏହାର କାରଣ ହେଉଛି ଡିପ୍ରେସନ, ଯାହାକି ସାଇଲେଣ୍ଟ କିଲର ।

ହାର୍ଟ ସହ ଜଡ଼ିତ ଏହି ବିପଦକୁ ଅଣଦେଖା କରନ୍ତୁ ନାହିଁ:-

୧. ନିଦ୍ରାର ଅଭାବ- ଏହା ଏକ ନୀରବ ଏବଂ ବିପଜ୍ଜନକ ମହାମାରୀ ।
୨. ଆରାମ ଓ ରିକଭରିକୁ ହାଲୁକାରେ ନେବା ।
୩. ଖୁବ୍ ଶୀଘ୍ର ଟ୍ରେନିଂ କରିବା ।
୪. ଅନିୟନ୍ତ୍ରିତ ଏବଂ ଖରାପ ନିୟନ୍ତ୍ରିତ ହାଇ ଟ୍ରାଇଗ୍ଲାଇସରାଇଡ୍ ଓ ଡାଇବେଟିସ୍ କିମ୍ବା ସୁଗାର ଲେବଲ ।
୫. ଡାକ୍ତରଙ୍କ ପରାମର୍ଶ ବିନା ମେଡିସିନ୍ ବନ୍ଦ କରିବା ।
୬. ହାର୍ଟ ଟେଷ୍ଟ କମ୍ କରିବା । ଖାସ୍ କରି ଯେବେ ପରିବାରରେ ହାର୍ଟ ରୋଗ ବା ଫ୍ୟାମିଲି ହିଷ୍ଟ୍ରି ଥାଏ, ସେବେ ଏହାକୁ ଅଣଦେଖା କରିବା ।
୭. ଷ୍ଟେରଏଡ, ଫ୍ୟାଟ୍ ବର୍ନର, ସପ୍ଲିମେଣ୍ଟସର ସଠିକ୍ ଭାବରେ ବ୍ୟବହାର ନକରିବା ।

ଏହି ଭୁଲ୍ ଯୋଗୁଁ ହୋଇପାରେ ହାର୍ଟ ଆଟାକ୍:-

୧. ଠିକରେ ଶୋଇନଥିଲେ କଦାପି ବ୍ୟାୟାମ କରନ୍ତୁ ନାହିଁ ।
୨. ନିୟମିତ ଭାବରେ ଆପଣଙ୍କର ହାର୍ଟ ଏବଂ ରକ୍ତର ଯାଞ୍ଚ କରନ୍ତୁ ।
୩. ଧୂମପାନ କରନ୍ତୁ ନାହିଁ । ଅତ୍ୟଧିକ ଖାଇବା ଏବଂ ପିଇବା ଠାରୁ ଦୂରେଇ ରୁହନ୍ତୁ ।
୪. ବିଶୋଧିତ ଚିନି, ବିଶୋଧିତ କାର୍ବସ୍, ଜଙ୍କ ଫୁଡ୍, ଫାଷ୍ଟଫୁଡ୍, ବିଶୋଧିତ ତେଲ ଖାଆନ୍ତୁ ନାହିଁ ।