fbpx

(Video) ହଠାତ୍ ହୁତୁହୁତୁ ହୋଇ ଜଳିଗଲା କଲେଜ ବସ୍: ଚିତ୍କାର କଲେ କଲେଜ ଛାତ୍ରଛାତ୍ରୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେହି କିଛି ବୁଝିବା ଆଗରୁ ହଠାତ୍ ହୁତୁହୁତୁ ହୋଇ ଜଳିଉଠିଲା ଏକ କଲେଜ ବସ୍ । ଆଉ ବସ୍ ଭିତରେ ରହିଥିବା କଲେଜ ଛାତ୍ରଛାତ୍ରୀ ବିକଳରେ ଚିତ୍କାର କରିଥିଲେ । ଏହି କଲେଜ ବସରେ ବସି ଘରକୁ ଫେରୁଥିବା ସମୟରେ ଘଟିଥିଲା ଏପରି ଏକ ବଡ଼ ଅଘଟଣ । ବୀଚ ରାସ୍ତାରେ ହୁତୁହୁତୁ ହୋଇ ବସଟି ଜଳି ଉଠିଥିଲା । ଅନୁଗୁଳ ଜିଲ୍ଲାର କମଳେଶ ହୋଟେଲ ନିକଟରେ ଚଳନ୍ତା କଲେଜ ବସରେ ହଠାତ୍ ନିଆଁ ଲାଗିଯାଇଥିଲା ।

ଖବର ମୁତାବକ, ଗତକାଲି ଅପରାହ୍ଣ ସମୟରେ ବିନାୟକ ସାଇନ୍ସ କଲେଜର ଛାତ୍ରଛାତ୍ରୀମାନେ କଲେଜ ବସ୍ ଯୋଗେ ଘରକୁ ଫେରୁଥିଲେ । ତେବେ ଅନୁଗୁଳର କମଳେଶ ହୋଟେଲ ନିକଟରେ ହଠାତ୍ ବସରେ ନିଆଁ ଲାଗିଯାଇଥିଲା । ଏହାପରେ ବସରେ ବସିଥିବା ଛାତ୍ରଛାତ୍ରୀମାନେ ବିକଳରେ ଚିତ୍କାର କରିବା ସହିତ ବସକୁ ଅଟକାଇବାକୁ କହିଥିଲେ । ଏହାପରେ ସମସ୍ତ ଛାତ୍ରଛାତ୍ରୀ ଓ ବସ୍ ଡ୍ରାଇଭର ସଙ୍ଗେସଙ୍ଗେ ଗାଡ଼ିରୁ ତଳକୁ ଓହ୍ଲାଇ ପଡ଼ିଥିଲେ । ଧୀରେଧୀରେ ନିଆଁ ବ୍ୟାପିବାକୁ ଲାଗିଥିଲା । ବସଟି ଜଳିଯାଉଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଶର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ରହିଥିବା କୁହାଯାଉଛି ।

 

Get real time updates directly on you device, subscribe now.