fbpx

ଆତ୍ମଘାତୀ ଆକ୍ରମଣରେ ଦୋହଲିଲା ନାଇଜେରିଆ, ୧୮ ମୃତ, ୪୨ ଆହତ

Advertisement

କାନୋ: ଶନିବାର ଉତ୍ତର ପୂର୍ବ ନାଇଜେରିଆରେ ଆତ୍ମଘାତି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୯ ଜଣ ଗୁରୁତରଙ୍କୁ ତୁରନ୍ତ ଜରୁରୀକାଳୀନ ସେବା ପ୍ରଦାନ କରାଯାଇଥିଲା ।

ପୋଲିସ ସୂତ୍ରରୁ ପ୍ରକାଶ ଗ୍ୱୋଜା ସହରରେ ହୋଇଥିବା ୩ଟି ବିସ୍ଫୋରଣ ମଧ୍ୟରୁ ଜଣେ ମହିଳା ଆକ୍ରମଣକାରୀ ତାଙ୍କ ପିଠିରେ ଶିଶୁ ସହ ବିସ୍ଫୋରକ ସାମଗ୍ରୀ ବାନ୍ଧି ଏକ ବିବାହ ଉତ୍ସବରେ ବିସ୍ଫୋରଣ ଘଟାଇଥିଲେ । ଏହା ବାଦ୍ କ୍ୟାମେରୁନ୍ ସୀମାନ୍ତ ସହରରେ ହୋଇଥିବା ଅନ୍ୟ ଆକ୍ରମଣରେ ଏକ ହସ୍ପିଟାଲ ଏବଂ ପୂର୍ବ ବିବାହ ଉତ୍ସବରେ ପୀଡ଼ିତଙ୍କ ଅନ୍ତିମ ସଂସ୍କାରକୁ ଟାର୍ଗେଟ କରାଯାଇଥିଲା । ଏକ ରିପୋର୍ଟରୁ ପ୍ରକାଶ ଏହି ବିସ୍ପୋରଣରେ ୧୮ ଜଣ ମୃତକଙ୍କ ମଧ୍ୟରୁ ଶିଶୁ, ମହିଳା, ପୁରୁଷ ଏବଂ ଗର୍ଭବତୀ ମହିଳା ସାମିଲ ଥିଲେ । ସେହିପରି ଅନ୍ୟ ଏକ ଆଟାକରେ ଗ୍ୱାଜା ସୈନ୍ୟବାହିନୀକୁ ସମର୍ଥନ କରୁଥିବା ମିଲିସିଆର ଜଣେ ସଦସ୍ୟଙ୍କ କହିବାନୁଯାୟୀ ଏକ ସୁରକ୍ଷା ପୋଷ୍ଟରେ ହୋଇଥିବା ଆକ୍ରମଣରେ ତାଙ୍କର ଦୁଇ ସାଥୀ ଏବଂ ଜଣେ ସୈନିକ ନିହତ ହୋଇଥିଲେ । ତେବେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି । ଏହି ଆତ୍ମଘାତି ଆକ୍ରମଣ ବିଷୟରେ ବୋର୍ନୋ ରାଜ୍ୟ ପୋଲିସ ଏପର୍ଯ୍ୟନ୍ତ କିଛି କହିନାହାଁନ୍ତି ।

Get real time updates directly on you device, subscribe now.