fbpx
BSKY SKY
BSKY SKY

ଦିଅରର ବାହାଘରରେ ଭାଉଜର ଆତ୍ମହତ୍ୟା

BSKY

ଭଞ୍ଜନଗର(ଓଡ଼ିଶା ଭାସ୍କର): ଶାଶୂଘର ଲୋକଙ୍କ ନିର୍ଯାତନା ସହିନପାରି ବିବାହିତାଙ୍କ ଆତ୍ମହତ୍ୟା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ତାରାସିଂ ଥାନା ଅନ୍ତର୍ଗତ ଢେପସାହି ଗାଁରେ ଘଟିଛି ଏଭଳି ଅଘଟଣା । ମୃତ ମହିଳା ଜଣକ ସେହି ଗାଁର ସନ୍ୟାସୀ ଗୌଡ଼ଙ୍କ ସ୍ତ୍ରୀ ସୁନିତା ଗୌଡ଼ (୨୭) । ସନ୍ୟାସୀ ସୁରାଟରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ସ୍ତ୍ରୀ ସମେତ ୮ବର୍ଷ ଓ ୩ ବର୍ଷ ବୟସର ଦୁଇ ପୁଅ ଗାଁରେ ରହନ୍ତି । ତେବେ ସୂଚନା ଅନୁସାରେ ଗତ ବୁଧବାର ସୁନିତାଙ୍କ ଦିଅରର ବାହାଘର ହେଉଥିବା ବେଳେ ପାରିବାରିକ ଅଶାନ୍ତିକୁ କେନ୍ଦ୍ରକରି ଘରଭିତରେ ଫ୍ୟାନ୍‌ରେ ରଶି ଲଗାଇ ସୁନିତା ଆତ୍ମହତ୍ୟା କରିଦେଇଥିଲେ ।

ଶାଶୂଘର ଲୋକେ ଦେଉଥିବା ନିର୍ଯାତନା ଅସହ୍ୟ ହେବାରୁ ଝିଅ ଆତ୍ମହତ୍ୟା କରିଥିବା ନେଇ ଚାକୁଣ୍ଡାପଲ୍ଲୀ ଗ୍ରାମର ମୃତ ମହିଳାଙ୍କ ବାପା ମୋଚିରାମ ଗୌଡ଼ ତାରାସିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ର ଶେଖର ବେହେରା ପହଞ୍ଚି ଶବ ଜବତ କରିବା ସହ ଭଞ୍ଜନଗର ବ୍ୟବଛେଦ ଗୃହକୁ ପଠାଇ ଦେଇଥିଲେ । ଏନେଇ ତାରସିଂ ଥାନା କେସ ନଂ ୧୧୩/୨୧ରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଥିବା ତାରାସିଂ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାଶ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.