fbpx

ସୁକନ୍ୟା ଆକାଉଣ୍ଟଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: ଆକାଉଣ୍ଟ ହୋଇଯିବ ଫ୍ରିଜ୍, ତୁରନ୍ତ କରନ୍ତୁ ଏହି କାମ

Advertisement

ନୂଆଦିଲ୍ଲୀ: ୨୦୧୫ ମସିହାରେ ମୋଦୀ ସରକାର କନ୍ୟା ସନ୍ତାନଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (ଏସଏସୟାଇ) ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ଆପଣ ନିଜ ଝିଅର ବିବାହ କିମ୍ବା ଶିକ୍ଷା ପାଇଁ ଅଧିକ ଟଙ୍କାର ବ୍ୟବସ୍ଥା କରିପାରିବ । ଚଳିତ ଆର୍ôଥକ ବର୍ଷରେ ସରକାର ସୁକନ୍ୟା ଯୋଜନା ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ କରିଛନ୍ତି ।

ନୂଆ ନିୟମ କ’ଣ?
ବର୍ତ୍ତମାନ ସୁକନ୍ୟା ସମୃଦ୍ଧି ପରି ଡାକଘର ଯୋଜନାରେ ନିବେଶ ପାଇଁ ପାନ୍ ଏବଂ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ଏବେ ନିବେଶ ପାଇଁ ଆଧାର ନମ୍ବର କିମ୍ବା ଆଧାର ନାମଲେଖା ସ୍ଲିପ୍ ବାଧ୍ୟତାମୂଳକ । ଆକାଉଣ୍ଟ ଖୋଲିବା ସମୟରେ ଯଦି ଆଧାର ନମ୍ବର ଉପଲବ୍ଧ ନଥାଏ, ତେବେ ଆଧାର ନମ୍ବର ପାଇଁ ନାମାଙ୍କନ ସ୍ଲିପର ପ୍ରମାଣ ଦେବାକୁ ପଡିବ । ଏହା ବ୍ୟତୀତ ଆକାଉଣ୍ଟ ଖୋଲିବା ଦିନଠାରୁ ଛଅ ମାସ ମଧ୍ୟରେ ଆଧାର ନମ୍ବର ବିଷୟରେ ସୂଚନା ଦେବାକୁ ପଡିବ । ଆମେ ଆପଣଙ୍କୁ କହିବୁ ଯେ, ପୂର୍ବରୁ ବିନା ଆଧାରରେ ମଧ୍ୟ ନିବେଶ କରାଯାଉଥିଲା ।

ଯଦି ଏପରି କରା ନ ଯାଏ ତେବେ କଣ ହେବ ?
ଯଦି ଆପଣ ଆଧାର ନମ୍ବର ନଦିଅନ୍ତି, ତେବେ ଆପଣ ଆକାଉଣ୍ଟରେ ନିବେଶ କରିବାକୁ ସମର୍ଥ ହେବେ ନାହିଁ । ଅର୍ଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ସୁକନ୍ୟା ସମୃଦ୍ଧି ଭଳି ଡାକଘରେ ଯୋଜନାରେ ଆକାଉଣ୍ଟ ଖୋଲିବା ସମୟରେ ପାନ କିମ୍ପା ଫର୍ମ ୬୦ ସବମିଟ୍ କାରିବାକୁ ପଡ଼ିବ । ଯଦି ଆକାଉଣ୍ଟ ଖୋଲିବା ସମୟରେ ପାନ ଜମା ନକରନ୍ତି, ତେବେ ଏହାକୁ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଦୁଇମାସ ମଧ୍ୟରେ ଦାଖଲ କରିବାକୁ ପଡିବ ।

ଯୋଜନା ବିଷୟରେ :-
ସୁକନ୍ୟା ସମୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ୮ ପ୍ରତିଶତ ସୁଧ ଦିଆଯାଉଛି । ସୁକନ୍ୟା ସମୃଦ୍ଧି ଯୋଜନାରେ ଗୋଟିଏ ବର୍ଷରେ ୧.୫ ଲକ୍ଷରୁ ଅଧିକ ଟଙ୍କା ଜମା ହୋଇପାରିବ ନାହିଁ । ଏଥି ସହିତ ଅତି କମରେ ୫୦୦ ଟଙ୍କା ନିବେଶ ସହିତ ଏକ ଆକାଉଣ୍ଟ ମଧ୍ୟ ଖୋଲାଯାଇପାରିବ । ଏହି ଯୋଜନାରେ ୧ ରୁ ୧୦ ବର୍ଷରୁ କମ୍ ଝିଅମାନଙ୍କର ଆକାଉଣ୍ଟ ଖୋଲାଯାଇପାରିବ । ଏହି ଆକାଉଣ୍ଟା ମ୍ୟାଚୁରିଟୀ ପରେ ମଧ୍ୟ ଆପଣଙ୍କୁ କୌଣସି ପ୍ରକାରର ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଏହାକୁ ଆୟକର ଆଇନର ଧାରା ୮୦ସି ଅନୁଯାୟୀ ଟ୍ୟାକ୍ସରୁ ମୁକ୍ତ କରାଯାଇଛି ।

Get real time updates directly on you device, subscribe now.