ଅଇଁଠା ବାସନ ମାଜିବେ, ଗାଧୁଆ ଘର ସଫା କରିବେ ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ

ଅମୃତସର: ପଞ୍ଜାବ ଅମୃତସରସ୍ଥିତ ଗୋଲ୍ଡେନ ଟେମ୍ପୁଲରେ ସୋମବାର ଅକାଳ ତଖତ ସାହିବ ଡେରା ସଚ୍ଚା ସୌଦା ସିରସା ପ୍ରମୁଖ ରାମ ରହିମଙ୍କୁ କ୍ଷମା ଦେବା ନେଇ ସୁଖବୀର ସିଂ ବାଦଲଙ୍କୁ ଦଣ୍ଡ ଶୁଣାଇଛନ୍ତି । ସୁଖବୀରଙ୍କୁ ଗୋଟିଏ ଘଣ୍ଟା ବାଥ୍ରୁମ୍ ସଫା କରିବାକୁ ପଡ଼ିବ । ଏଥିସହ ଲଙ୍ଗର ଘରେ ଅଇଂଠା ବାସନ ଧୋଇବା ପାଇଁ ଦଣ୍ଡ ମିଳିଛି । ଏହାବାଦେ କୀର୍ତ୍ତନ ଶୁଣିବା ସହ ସୁଖମଣୀ ସାହିବ ପାଠ କରିବାର ଦଣ୍ଡ ମିଳିଛି । ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ ପ୍ରକାଶ ସିଂ ବାଦଲଙ୍କଠାରୁ ‘ଫକ୍ର ଏ କୋମ୍’ସମ୍ମାନ ଫେରାଇ ନିଆଯିବ ।

ଜତ୍ଥେଦାର ସୁଖବୀର ସିଂ ଦଣ୍ଡ ଶୁଣାଣୀବେଳେ କହିଛନ୍ତି ଯେ, ସୁଖବୀରଙ୍କୁ ସ୍ୱର୍ଣ୍ଣମନ୍ଦିର ଘଣ୍ଟାଘର ବାହାରେ ଡୁ୍ୟଟି କରିବାକୁ ପଡ଼ିବ । ସେ ଅସୁସ୍ଥ ଥିବା କାରଣରୁ ଏ କାମ ସେ ହ୍ୱିଲ୍ ଚେୟାରରେ ବସି କରିବେ । ସୁଖବୀରଙ୍କ ବ୍ୟତୀତି କୋର୍ କମିଟି ମେମ୍ବର ଏବଂ ୨୦୧୫ରେ କ୍ୟାବିନେଟ ମେମ୍ବର ଥିବା ନେତା ୩ ଡିସେମ୍ବରରେ ଅପରାହ୍ନ ୧୨ଟାରୁ ଗୋଟେ ପର୍ଯ୍ୟନ୍ତ ବାଥରୁମ୍ ସଫା କରିବେ । ଏହାପରେ ଗାଧୋଇ ଲଙ୍ଗର ଘରେ ସେବା କରିବେ ଏବଂ ବାସନ ମାଜିବେ । ସେବା ସମୟରେ ସୁଖବୀରଙ୍କ ଗଳାରେ ତଖ୍ତ ଏବଂ ବର୍ଛା ରହିବ । ତାଙ୍କୁ ମିଳିଥିବା ଦୁଇଦିନିଆ ଦଣ୍ଡରେ ସେ ୨ ଦିନ ଶ୍ରୀ କେଶଗଡ଼ ସାହୀବ, ୨ ଦିନ ଶ୍ରୀ ଦମଦମା ସାହୀବ ତଲବଣ୍ଡି ସାବୋ, ୨ ଦିନ ଶ୍ରୀ ମୁକ୍ତସର ସାହୀବ ଏବଂ ୨ ଦିନ ଶ୍ରୀ ଫରେହଗଡ଼ ସାହୀବରେ ହାତରେ ବର୍ଛା ଧରି ଡୁ୍ୟଟି କରିବେ । ରାମରହିମଙ୍କୁ କ୍ଷମା ଦେବା ଅଭିଯୋଗରେ ସୁଖବୀରଙ୍କୁ ତନଖେୟା ଘୋଷଣା କରାଯାଇଥିଲା । ନିଜ ଉପରକୁ କଟକଣା ହଟାଇବା ପାଇଁ କିଛିଦିନ ପୂର୍ବେ ସୁଖବୀର ଧର୍ମଗୁରୁଙ୍କ ଆଗରେ ପ୍ରସ୍ଥାବ ରଖିଥିଲେ । ଯାହାର ସମାଧାନରେ ତାଙ୍କୁ ଉପୋରକ୍ତ ଦଣ୍ଡ ପ୍ରଦାନ କରାଯାଇଛି ।