fbpx

ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବେ ସୁଖଜିନ୍ଦର ରନ୍ଧାୱା; ହାଇକମାଣ୍ଡ ନେବେ ଚୂଡ଼ାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା କ୍ଷମତା କନ୍ଦଳ ଶେଷ ହେବାର ନାମ ନେଉନାହିଁ । ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ଏହି ତାଲିକାରେ ଆଉ ଏକ ନାମ ଯୋଡି ହୋଇଯାଇଛି । ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ରହିଥିବା ସୁଖଜିନ୍ଦର ରନ୍ଧାୱା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦୌଡରେ ଆଗୁଆ ରହିଥିବା ଜଣାପଡିଛି । କଂଗ୍ରେସ ବିଧାୟକ ଦଳ ବୈଠକରେ ସୁଖଜିନ୍ଦରଙ୍କ ନାମରେ ମୋହର ବାଜିଥିବା ଜଣାପଡିଛି ।

ଶନିବାର ସନ୍ଧ୍ୟାରେ ଦଳୀୟ କନ୍ଦଳରେ ଅତିଷ୍ଠ ହୋଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହାପରେ ପୂର୍ବତନ କଂଗ୍ରେସ ସଭାପତି ସୁନୀଲ ଜାଖର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ଖବର ପ୍ରକାଶ ପାଇଥିଲା । ରବିବାର ସକାଳୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅମ୍ବିକା ସୋନିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ସୋନି ଏହି ଖବରକୁ ଖଣ୍ଡନ କରିଥିଲେ । ଶେଷରେ ରନ୍ଧାୱାଙ୍କ ନାମରେ ମୋହର ବାଜିଥିବା ବେଳେ ହାଇକମାଣ୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.