Breaking: ଭିଜିଲାନ୍ସ ଜାଲରେ ସୁକିନ୍ଦାର ଲାଞ୍ଚୁଆ ଏସଆଇ, ସ୍ୱାମୀ-ସ୍ତ୍ରୀ କଳି ସମାଧାନ ପାଇଁ ନେଉଥିଲେ ୪ ହଜାର ଲାଞ୍ଚ
ଯାଜପୁର: ସୁକିନ୍ଦା ଥାନା ଏସଆଇଙ୍କୁ ଉଠାଇନେଲା ଭିଜିଲାନ୍ସ । ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ।
ନୀଳାଚଳ ଇସ୍ପାତ କାରଖାନା ଆଗରେ ଧରାପଡ଼ିଲେ ଲାଞ୍ଚୁଆ ଏସଆଇ ।
ସ୍ୱାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ କହି ଲାଞ୍ଚ ନେଉଥିଲେ ।
ଚାକିରି ପାଇଁ ସରକାର ମାସିକ ଦରମା ଦେଉଥିବାବେଳେ ଏସ୍ଆଇଙ୍କୁ ଟଙ୍କା ନିଅଣ୍ଟ ପଡ଼ିଲା । ଘର କଳି ସମାଧାନ ପାଇଁ ଲାଞ୍ଚ ନେବାକୁ ପଡ଼ିଲା ଏସଆଇଙ୍କୁ ।
ମାତ୍ର ୪ ହଜାର ଟଙ୍କା ପାଇଁ ବିପଦରେ ପଡ଼ିଯାଇଛନ୍ତି ସୁକିନ୍ଦା ଥାନା ଏସଆଇ ।