NAMSର ମେମ୍ବର ହେଲେ SUM ପ୍ରଫେସର, ଜାଣନ୍ତୁ କିଏ….

ଓଡ଼ିଶା ଭାସ୍କର ବ୍ୟୁରୋ:  ନାସନାଲ ଏକାଡେମୀ ଅଫ୍ ମେଡିକାଲ ସାଇନ୍ସେସ (ନାମ୍ସ)ର ସଦସ୍ୟ ହୋଇଛନ୍ତି ସମ୍ ହସପିଟାଲର ଗାଷ୍ଟ୍ରୋଏନଟେରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ। ଫଳରେ ଓଡ଼ିଶା ଲାଗି ଆଉ ଏକ ଗୌରବ ଓ ଖୁସି ଖବର ମିଳିଛି। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡାକ୍ତର ସାହୁଙ୍କ ବିଶେଷ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ଦେଶର ରାଜଧାନୀରେ ୬୦ ତମ ସମାବର୍ତ୍ତନ ଉତ୍ସବ ଅବସରରେ ଏକାଡେମୀର ଅଧ୍ୟକ୍ଷ ଡା. ସରୋଜ ଚୂଡ଼ାମଣି ଗୋପାଳ ଏହି ସମ୍ମାନ ପ୍ରଫେସର ସାହୁଙ୍କୁ ପ୍ରଦାନ କରିଛନ୍ତି।

ନିତି ଆୟୋଗ ସଦସ୍ୟ ଏବଂ ନ୍ୟାସନାଲ କୋଭିଡ ଟାସ୍କ ଫୋର୍ସ ଅଧ୍ୟକ୍ଷ ଡା. ଭିକେ ପଲଙ୍କ ସମେତ ICMRର ପୂର୍ବତନ ନିର୍ଦ୍ଦେଶକ ଜେନେରାଲ ଡ. ନିର୍ମଳ କୁମାର ଗାଙ୍ଗୁଲିଙ୍କ ଉପସ୍ଥିତିରେ ଡାକ୍ତର ସାହୁଙ୍କୁ ସାର୍ଟିଫିକେଟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଛି। ଏହା ମୋ ପାଇଁ ଏକ ବଡ଼ ସମ୍ମାନ ଏବଂ ମୋ ଦାୟିତ୍ବ ଭଲ ଭାବେ ନିର୍ବାହ କରିବି ବୋଲି ପ୍ରଫେସର ଡା. ସାହୁ ମତ ଦେଇଛନ୍ତି।