fbpx

(Video) ତପସ୍ୱିନୀଙ୍କ ପିଟିସନର ଜବାବ ରଖିଲେ ସୁମିତଙ୍କ ଓକିଲ; ୨୦ ତାରିଖରେ ସେସନ କୋର୍ଟରେ ହେବ ଶୁଣାଣି

ଗଞ୍ଜାମ: ତପସ୍ୱିନୀ ଏବଂ ଡାକ୍ତର ସୁମିତ୍ ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ । ବିବାଦ ସମାଧାନ ହେବା ପରିବର୍ତ୍ତେ ଜଟିଳ ହୋଇଚାଲିଛି । ଗୋଟିଏ ପଟେ ତପସ୍ୱିନୀ ନିଜ ସ୍ୱାମୀଙ୍କୁ ପାଇବା ପାଇଁ ଲଢ଼େଇ କରୁଥିବାବେଳେ ଅନ୍ୟପଟେ, ତାଙ୍କୁ ସ୍ୱାମୀ ସୁମିତ ପାଲଟା ଅଭିଯୋଗ ଆଣି ତପସ୍ୱିନୀ ତାଙ୍କ ଜୀବନ ବରବାଦ କରିବା କଥା କହିଛନ୍ତି । ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହି ବିବାଦ ପରେ ଦୁହେଁ ଏକାଠି ହୋଇପାରିବେ କି ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ ।

ସେପଟେ ମାମଲାରେ ଏସଡିଜେଏମ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଛନ୍ତି ସୁମିତ୍ । ଏନେଇ ସୁମିତଙ୍କ ଓକିଲ ୨୦ ତାରିଖକୁ ମାମଲାର ଶୁଣାଣି ହେବ ବୋଲି କହିଛନ୍ତି ଏବଂ ସୁମିତ୍ ଅଦାଲତଙ୍କ ନିର୍ଦ୍ଦେଶର ଅବମାନନା କରିଥିବା ନେଇ ତପସ୍ୱିନୀ ଦାୟର କରିଥିବା ପିଟିସନର ଜବାବ ଦାଖଲ କରିଥିବା ନେଇ କହିଛନ୍ତି ସୁମିତଙ୍କ ଓକିଲ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.