fbpx

ରାଜ୍ୟରେ ଆହୁରି ୪୮ ଘଣ୍ଟା ଜାରି ରହିବ ଗ୍ରୀଷ୍ମପ୍ରବାହ; ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ

ଭୁବନେଶ୍ୱର : ରାଜ୍ୟରେ ଆହୁରି ୪୮ ଘଣ୍ଟା ଗ୍ରୀଷ୍ମପ୍ରବାହ ଜାରି ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ବଲାଙ୍ଗୀର ଓ ବରଗଡ଼ରେ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି । ରାଜ୍ୟର ଅନେକ ଅଞ୍ଚଳରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଗୁଳୁଗୁଳି ଜାରି ରହିବ ।

ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଯାଇଛି । କଟକ ଜିଲ୍ଲାର ମାହାଙ୍ଗାରେ ସର୍ବାଧିକ ୧୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଫଳରେ ଦିନ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ଦିନ ତାପମାତ୍ରା ୪୨ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ।

ଗତକାଲି କାଳବୈଶାଖୀ ପ୍ରଭାବରେ ଗଜପତି ଜିଲ୍ଲାରେ ବଡ଼ ବଡ଼ ଗଛ ଓ ବିଦ୍ୟୁତଖୁଣ୍ଟ ଭାଙ୍ଗିପଡ଼ିବା ଫଳରେ ଯାତାୟତ ପ୍ରଭାବିତ ହେବା ସହ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଅନୁଗୁଳ ଜିଲ୍ଲାରେ ମଧ୍ୟ କାଳବୈଶାଖୀ ବର୍ଷା ଯୋଗୁଁ ଗଛ ଉପୁଡ଼ି ପଡ଼ିବା ସହ ତଳିଆ ଅଞ୍ଚଳରେ ପାଣି ଜମିଥିଲା ।

Get real time updates directly on you device, subscribe now.