୩ ରାଶିର ବ୍ୟକ୍ତିଙ୍କର ଡବଲ ରାଜଯୋଗ ଆରମ୍ଭ ହେଉଛି, ପ୍ରତ୍ୟେକ କାର୍ଯ୍ୟରେ ମିଳିବ ସଫଳତା
ମାଟି ଧରିଲେ ପାଲଟିବ ସୁନା । ଏହି ୩ ରାଶିଙ୍କୁ ସୂର୍ଯ୍ୟଦେବ ଦେବେ ଶୁଭ ଫଳ ।
ଓଡ଼ିଶା ଭାସ୍କର: ସୂର୍ଯ୍ୟ ଗୋଚର କରି ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହାଫଳରେ କୁମ୍ଭ ରାଶିରେ ବନି ରହିଥିବା ଶନି-ସୂର୍ଯ୍ୟଙ୍କ ଅଶୁଭ ଯୋଗ ଭାଙ୍ଗିବ । ଏହାସହ ଡବଲ ରାଜଯୋଗ ମଧ୍ୟ ଆରମ୍ଭ ହେବ ।
ମୀନ ରାଶି: ସୂର୍ଯ୍ୟ ସବୁ ମାସରେ ରାଶି ପରିବର୍ତ୍ତନ କରନ୍ତି । ଆସନ୍ତା ୧୪ ମାର୍ଚ୍ଚରେ ମଧ୍ୟ ସୂର୍ଯ୍ୟଦେବ ଗୋଚର କରିବେ । ଯେଉଁଥିରେ ସେ ମୀନ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କ ଗୋଚର ବଡ଼ ପରିବର୍ତ୍ତନ ଆଣିବ ।
ସୂର୍ଯ୍ୟ ମୀନ ରାଶିରେ ପ୍ରବେଶ କରିବା ଦ୍ୱାରା ଗ୍ରହରାଜଙ୍କ ସହ ବୁଧ ଏବଂ ଶୁକ୍ର ଗ୍ରହଙ୍କର ସଂଯୋଗ ଘଟିବ । ଏହାଫଳରେ ଶୁକ୍ରାଦିତ୍ୟ ଏବଂ ବୁଧାଦିତ୍ୟ ରାଜଯୋଗ ସୃଷ୍ଟି ହେବ । ୩ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ଦେବ ।
ବୃଷ ରାଶି: ସୂର୍ଯ୍ୟଙ୍କ ଗୋଚର ପାଇଁ ଏହି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ । କ୍ୟାରିୟରରେ ବଡ଼ ପରିବର୍ତ୍ତନ ଘଟିବ । ହଠାତ୍ ଧନ ଲାଭର ଯୋଗ ରହିଛି । ପ୍ରମୋଶନ ମିଳିବ । ବ୍ୟବସାୟରେ ଖୁବ ଲାଭ ମିଳିବ । ଏଥିସହ ଲଭ ଲାଇଫ ଭଲରେ କଟିବ ।
ମିଥୁନ ରାଶି: ମାର୍ଚ୍ଚ ୧୪ ପରେ ଏହି ରାଶି ପାଇଁ ଭଲ ସମୟ ଆରମ୍ଭ ହେବାକୁ ଯାଉଛି । ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ମିଳିବ । ଉଚ୍ଚପଦସ୍ତ ଅଧିକାରୀ ପ୍ରଶଂସା କରିବେ । ପାର୍ଟନରଙ୍କ ସହ ଭଲ ସମୟ କାଟିବେ ।
ତୁଳା ରାଶି: ଏହି ରାଶିର ବ୍ୟକ୍ତି ବଡ଼ ଲାଭବାନ ହେବେ । ପ୍ରତ୍ୟେକ କାର୍ଯ୍ୟରେ ଆଣପଙ୍କ ଭାଗ୍ୟ ସାଥ ଦେବ । ଯେଉଁ କାର୍ଯ୍ୟ କରିବାକୁ ଦୀର୍ଘଦିନରୁ ପ୍ରୟାସ କରୁଥିଲେ କିନ୍ତୁ ତାହା ହୋଇପାରରୁ ନ ଥିଲା ସେ ସବୁ କାମ ସଫଳତାର ସହ ସମ୍ପାଦନ କରିବେ । ଆର୍ଥିକ ସ୍ଥିତି ମଜଭୁତ ହେବ ।