fbpx

ଭୁବନେଶ୍ଵର କୁମାରଙ୍କ ବୋଲିଂରେ ପ୍ରଭାବିତ ହେଲେ ଗାଭାସ୍କର, ବିଶ୍ଵ କପକୁ ନେଇ କଲେ ଭବିଷ୍ୟତବାଣୀ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭୁବନେଶ୍ଵର କୁମାର ଭାରତୀୟ ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ଵ ନେଉଛନ୍ତି। ଭୁବନେଶ୍ଵର ପ୍ରଥମ ଦୁଇଟି ମ୍ୟାଚରେ ପ୍ରଭାବଶାଳୀ ବୋଲିଂ କରିଛନ୍ତି। ତାଙ୍କ ବୋଲିଂରେ ଖୁବ୍ ପ୍ରଭାବିତ ହୋଇଛନ୍ତି ମହାନ କ୍ରିକେଟର ସୁନୀଲ ଗାଭାସ୍କର। ତାଙ୍କ ମତରେ ଆଗାମୀ ଟି-୨୦ ବିଶ୍ଵ କପରେ ଭୁବନେଶ୍ଵର କୁମାରଙ୍କୁ ଭାରତୀୟ ଦଳରେ ଯେମିତି ହେଲେ ସାମିଲ୍ କରିବା ଉଚିତ୍। ଭାରତ ୨୦୧୩ ପରଠୁ ଗୋଟିଏ ହେଲେ ଆଇସିସି ଟ୍ରଫି ଜିତି ପାରିନି। ୨୦୨୧ ଟି-୨୦ ବିଶ୍ଵ କପରେ ଦଳ ଲିଗ୍ ରାଉଣ୍ଡରୁ ହିଁ ବିଦାୟ ନେଇଥିଲା। ତେଣୁ ପ୍ରଶଂସକ ଆଶା ରଖିଛନ୍ତି ଯେ, ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵ କପରେ ଭାରତୀୟ ଦଳ କିଛି ଚମତ୍କାର କରିବ।

ଗାଭାସ୍କର କହିଛନ୍ତି, ଯଦି ଭୁବନେଶ୍ଵର କୁମାର ଟି-୨୦ ଦଳରେ ସାମିଲ୍ ହେବେ ତେବେ ତାହା ବହୁତ ବଡ କଥା ହେବ। ଷ୍ଟାରସ୍ପୋର୍ଟ୍ସ ସହ ଆଲୋଚନା ବେଳେ ସେ କହିଛନ୍ତି, ଭୁବନେଶ୍ଵର ଦ୍ଵିତୀୟ ଟି-୨୦ରେ ଯେଉଁଭଳି ବୋଲିଂ କଲେ ତାହା ଚତ୍ମକାର ଥିଲା। କଟକର ପିଚରେ ଧଳା ବଲରେ ଇନ ସୁଇଙ୍ଗ ହେଉନଥିଲା। ମାତ୍ର ଭୁବନେଶ୍ଵର ସୁଇଙ୍ଗ କରି ରିଜା ହେଣ୍ଡରିକ୍ସଙ୍କୁ ବୋଲ୍ଡ କରିଥିଲେ।

ଗାଭାସ୍କର ଏହା ମଧ୍ୟ କହିଛନ୍ତି, ଅଷ୍ଟ୍ରେଲିଆ ପିଚରେ ବାଉନ୍ସ ଅଧିକ ହୋଇଥାଏ। ଏମିତିରେ ଭୁବନେଶ୍ଵର କୁମାର ଦଳରେ ରହିବା ଗୁରୁତ୍ଵପୂର୍ଣ୍ଣ। ଭୁବନେଶ୍ଵର କୁମାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚରେ ୮ ଓଭରରେ ୫ ଓ୍ଵିକେଟ୍ ହାସଲ କରିଛନ୍ତି ଏବଂ ୬ ଇକୋନୋମିରେ ୪୮ ରନ ଦେଇଛନ୍ତି।

Get real time updates directly on you device, subscribe now.