fbpx

ସୁନୀତା ୱିଲିୟମ୍ସଙ୍କ ତୃତୀୟ ମହାକାଶ ମିଶନ ସ୍ଥଗିତ, ଉଡ଼ାଣ ପୂର୍ବରୁ ମହାକାଶ ଯାନରେ ଦେଖାଗଲା ଯାନ୍ତ୍ରିକ ତୃଟି

ନୂଆଦିଲ୍ଲୀ: ଭାରତୀୟ ମୂଳ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ତୃତୀୟ ମହାକାଶ ଯାତ୍ରା ସ୍ଥଗିତ ହୋଇଛି । ମହାକାଶଯାନ ବୋଇଂ ଷ୍ଟାରଲାଇନର(Boeing Starliner) ଉଡ଼ାଣ ଭରିବା ପୂର୍ବରୁ ସେଥିରେ କିଛି ଯାନ୍ତ୍ରିକ ତୃଟି ଦେଖାଯାଇଥିଲା । ବର୍ତ୍ତମାନ ଏହି ମିଶନ ଲଞ୍ଚ୍ ପାଇଁ କୌଣସି ନୂତନ ତାରିଖ ଘୋଷଣା ହୋଇନାହିଁ ।

ଆମେରିକା ସ୍ପେସ୍ ଏଜେନ୍ସୀ ନାସାର କହିବାନୁଯାୟୀ ଏହି ମହାକାଶଯାନ ମେ ୭ ତାରିଖରେ ଭାରତୀୟ ସମୟ ସକାଳ ୮ଟା ୪ ମିନିଟରେ ଉତ୍‌କ୍ଷେପଣ ହେବାର ଥିଲା । ଫ୍ଲୋରିଡାର କେପ୍ କେନାଭେରାଲ ସ୍ପେସ୍ ପୋର୍ସ ଷ୍ଟେସନରୁ ସ୍ପେସ୍ କମ୍ପେ୍ଲକ୍ସ-୪୧ରୁ ଲଞ୍ଚ୍ ହେବାର ଥିଲା । ଏହି ମହାକାଶ ଯାତ୍ରାରେ ସୁନୀତାଙ୍କ ସହଯୋଗୀ ଅନ୍ତରୀକ୍ଷ ଯାତ୍ରୀ ବୁଚ୍ ୱିଲମୋର୍ ମଧ୍ୟ ମିଶନରେ ସାମିଲ ଥିଲେ । ଏହା ପୂର୍ବରୁ ସୁନୀତା ୨ ଥର ୨୦୦୬ ଏବଂ ୨୦୧୨ରେ ଅନ୍ତରୀକ୍ଷ ଯାତ୍ରା କରିସାରିଛନ୍ତି । ସେ ଅନ୍ତରୀକ୍ଷରେ ମୋଟ୍ ୩୨୨ ଦିନ ବିତାଇଥିଲେ । ୨୦୦୬ରେ ୧୯୫ ଦିନ ଏବଂ ୨୦୧୨ରେ ୧୨୭ ଦିନ । ସୁନୀତା ପ୍ରଥମ ଅନ୍ତରୀକ୍ଷ ଯାତ୍ରା ସମୟରେ ୪ଥର ଏବଂ ଦ୍ୱିତୀୟ ଅନ୍ତରୀକ୍ଷ ଯାତ୍ରା ସମୟରେ ୩ ଥର ସ୍ପେସ୍ ୱାକ୍ କରିଥିଲେ ।

Get real time updates directly on you device, subscribe now.