fbpx

ପୋଷ୍ଟ ଅଫିସର ସୁପରହିଟ୍ ଯୋଜନା! ୫୦ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ

ନୂଆଦିଲ୍ଲୀ: ପୋଷ୍ଟ ଅଫିସରେ କରାଯାଉଥିବା ନିବେଶକୁ ସୁରକ୍ଷିତ ବୋଲି କୁହାଯାଏ । ସାଧାରଣତଃ ଯେକୌଣସି ବିନିଯୋଗ ସହିତ ବିପଦ ଜଡ଼ିତ ରହିଥାଏ । କିନ୍ତୁ ପୋଷ୍ଟ ଅଫିସରେ ସୁରକ୍ଷିତ ନିବେଶ ସହିତ ଭଲ ରିଟର୍ଣ୍ଣ ବି ମିଳିଥାଏ । ଯଦି ଆପଣ ଏପରି ନିବେଶ କରିବାକୁ ଚାହାଁନ୍ତି, ଯେଉଁଠାରେ ଭଲ ଲାଭ ରହିଛି, ତେବେ ପୋଷ୍ଟ ଅଫିସ ଆପଣଙ୍କ ପାଇଁ ସର୍ବୋତ୍ତମ ।

ପୋଷ୍ଟ ଅଫିସ୍ ଛୋଟ ସଞ୍ଚୟ ଯୋଜନା ଆପଣଙ୍କ ପାଇଁ ସର୍ବୋତ୍ତମ ଅପସନ୍ ହୋଇପାରେ । ଏଥିରେ ରିସ୍କ ଫ୍ୟାକ୍ଟର୍ ବି କମ୍ ଓ ରିଟର୍ଣ୍ଣ ବି ଭଲ ମିଳିବ । ପୋଷ୍ଟ ଅଫିସର ‘ଗ୍ରାମ ସୁରକ୍ଷ ଯୋଜନା’ ବିଷୟରେ ଆପଣଙ୍କୁ ଲାଭ ଯୋଗାଇବ । ଇଣ୍ଡିଆ ପୋଷ୍ଟ ଦ୍ୱାରା ଦିଆଯାଇଥିବା ଏହି ସୁରକ୍ଷା ଯୋଜନା ଏପରି ଏକ ବିକଳ୍ପ, ଯେଉଁଥିରେ ଆପଣ କମ୍ ବିପଦ ସହିତ ଭଲ ରିଟର୍ଣ୍ଣ ପାଇପାରିବେ । ଏହି ଯୋଜନାରେ ଆପଣଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଜମା କରିବାକୁ ପଡିବ । ନିୟମିତ ଭାବରେ ରାଶି ଜମା କରିବା ଫଳରେ ଆପଣଙ୍କୁ ପରବର୍ତ୍ତୀ ସମୟରେ ୩୧ ରୁ ୩୫ ଲକ୍ଷ ଟଙ୍କାର ଲାଭ ମିଳିବ ।

ନିବେଶ କରିବାର ନିୟମ :

– ୧୯ ରୁ ୫୫ ବର୍ଷ ବୟସ ମଧ୍ୟରେ ଯେକୌଣସି ଭାରତୀୟ ନାଗରିକ ଏହି ଯୋଜନାରେ ନିବେଶ କରିପାରିବେ ।
– ଏହି ଯୋଜନା ଅନ୍ତର୍ଗତ ସର୍ବନିମ୍ନ ବୀମାରାଶି ୧୦,୦୦୦ ରୁ ୧୦ ଲକ୍ଷ ଟଙ୍କା ହୋଇପାରେ ।
– ଏହି ଯୋଜନାର ପ୍ରିମିୟମ ଟଙ୍କା ଆପଣ ମାସିକ, ତୈୟମାସିକ, ୬ ମାସିକ କିମ୍ବା ବାର୍ଷିକ ହିସାବରେ ଦେଇପାରିବେ ।
– ପ୍ରିମିୟମ ଦେବା ପାଇଁ ଆପଣଙ୍କୁ ୩୦ ଦିନ ଛାଡ଼୍ ମିଳିବ ।
– ଏହି ଯୋଜନାରେ ଆପଣ ଲୋନ୍ ମଧ୍ୟ ନେଇପାରିବେ ।
– ଏହି ଯୋଜନା ଗ୍ରହଣ କରିବାର ୩ ବର୍ଷ ପରେ ଆପଣ ଏହାକୁ ସରେଣ୍ଡର ବି କରିପାରିବେ । କିନ୍ତୁ ଏହି ପରିସ୍ଥିତିରେ ଆପଣ କୌଣସି ଲାଭ ପାଇବେ ନାହିଁ ।

ଯଦି ଜଣେ ବ୍ୟକ୍ତି ୧୯ ବର୍ଷ ବୟସରେ ଏହି ଯୋଜନାରେ ନିବେଶ କରନ୍ତି ଓ ୧୦ ଲକ୍ଷ ଟଙ୍କାର ପଲିସି କିଣନ୍ତି, ତା’ହେଲେ ତାଙ୍କର ମାସିକ ପ୍ରିମିୟମ ୫୫ ବର୍ଷ ପାଇଁ ୧୫୧୫ ଟଙ୍କା, ୫୮ ବର୍ଷ ପାଇଁ ୧୪୬୩ ଟଙ୍କା ଏବଂ ୬୦ ବର୍ଷ ପାଇଁ ୧୪୧୧ ଟଙ୍କା ହେବ । ଏଭଳି ପରିସ୍ଥିତିରେ ପଲିସି କରିଥିବା ବ୍ୟକ୍ତି ୫୫ ବର୍ଷ ପାଇଁ ୩୧.୬୦ ଲକ୍ଷ, ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ ଓ ୬୦ ବର୍ଷ ପାଇଁ ୩୪.୬୦ ଲକ୍ଷ ଟଙ୍କାର ମ୍ୟାଚୁରିଟି ଲାଭ ପାଇବେ ।

Get real time updates directly on you device, subscribe now.